ଉତ୍କଳ-କନିକା ଗ୍ୟାଲେରିଆ ମଲ୍‌ ଆଗରେ ଆଜି ବିଜେପିର ବିକ୍ଷୋଭ

Advertisment
ଉତ୍କଳ-କନିକା ଗ୍ୟାଲେରିଆ ମଲ୍‌ ଆଗରେ ଆଜି ବିଜେପିର ବିକ୍ଷୋଭ

ଭୁବନେଶ୍ବର : ଉତ୍କଳ-କନିକା ଗ୍ୟାଲେରିଆ ମଲ୍‌ ଜବରଦଖଲ କରିଥିବା ସମସ୍ତ ସରକାରୀ ଜମିକୁ ସରକାର ଦଖଲକୁ ଆଣିବାକୁ ବଦଳରେ ବିଏମ୍‌ସି ଅଫିସ୍‌ର କିଛି ଅଂଶ ଭାଙ୍ଗିବାକୁ ନିଷ୍ପତ୍ତି ନେବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ଦିଗରୁ ମଲ୍‌ ବିରୋଧରେ ସ୍ବର ଉଠିଛି। ପ୍ରଥମେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବିରୋଧ କରିଥିବାବେଳେ ଏବେ ବିଜେପି ବିରୋଧ କରିବା ଆରମ୍ଭ କରିଛି। ମଲ୍‌ର ଜବରଦଖଲ ପ୍ରତିବାଦରେ ବିଜେପି ପକ୍ଷରୁ ଗୁରୁବାର ମଲ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କୁହାଯାଇଛି।

ବିଜେପିର ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ କହିଛନ୍ତି ଯେ, ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷ ବସ୍ତି, ରାସ୍ତା କଡ଼ରେ ଦୋକାନ କରିଥିବା ଲୋକଙ୍କୁ ସବୁଦିନ ଉଠାଇବାକୁ ଉଚ୍ଛେଦ କରୁଛନ୍ତି। ହେଲେ ଉତ୍କଳ-କନିକା ଗ୍ୟାଲେରିଆ ମଲ୍‌ର ଜବରଦଖଲକୁ ଉଚ୍ଛେଦ କରିପାରୁନାହାନ୍ତି। ମଲ୍‌ର ଜବରଦଖଲ ଉଚ୍ଛେଦ କରିବା ପାଇଁ ବହୁବାର ନିଷ୍ପତ୍ତି ହେବା ସତ୍ତ୍ବେ ବି ଏହାର ଇଟା ଖଣ୍ଡେ ଭଙ୍ଗା ଯାଇପାରିଲାନି। ମଲ୍‌କୁ ଅନୁକମ୍ପା ଦେଖାଇବାକୁ ମାଉସୀ ମା’ ଛକରୁ କଳ୍ପନା ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ଡିଜାଇନ୍‌ ବଦଳାଇଦେଲେ। ଏପରିକି ଘରୋଇ ସଂସ୍ଥାକୁ ଅନୁକମ୍ପା ଦେଖାଇବାକୁ ଯାଇ ବିଏମ୍‌ସି କାର୍ଯ୍ୟାଳୟ, ରାଜ୍ୟ ସଂଗ୍ରହାଳୟ ଏବଂ ବିଜେବି କଲେଜର ଜମି ନେବାକୁ ମସୁଧା ହୋଇଛି। କାହା ସ୍ବାର୍ଥରେ ବିଡିଏ ଓ ପୂର୍ତ୍ତ ବିଭାଗ ରାସ୍ତାର ଡିଜାଇନ୍‌ ବଦଳାଇଲେ ତା’ର ଉତ୍ତର କର୍ତ୍ତୃପକ୍ଷ ରଖିବା ଦରକାର। ଏହାସହ ମଲ୍‌ର ଜବରଦଖଲ କେବେ ଉଚ୍ଛେଦ ହେବ ସେନେଇ କର୍ତ୍ତୃପକ୍ଷ କୁହନ୍ତୁ ବୋଲି ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe