ବିଜେବି ଛାତ୍ରୀ ରୁଚିକା ମୃତ୍ୟୁ ମାମଲା: ୨୦୦ଜଣଙ୍କୁ ଜେରା, ଆହୁରି ୪୪ ବାକି

ବିଜେବି ଛାତ୍ରୀ ରୁଚିକା ମୃତ୍ୟୁ ମାମଲା: ୨୦୦ଜଣଙ୍କୁ ଜେରା, ଆହୁରି ୪୪ ବାକି

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀନିବାସରେ ରାଗିଂ ଯୋଗୁଁ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଅଭିଯୋଗକୁ ନେଇ ଉପୁଜିଥିବା ତାତି ଏବେ ବି କମିନାହିଁ। ୫ ଦିନ ବିତିବା ପରେ ବି ପୁଲିସ ସନ୍ଦିଗ୍ଧ ୩ ସିନିୟର୍ ଛାତ୍ରୀଙ୍କ ବାବଦରେ ସାମାନ୍ୟତମ ସୁରାକ୍ ପାଇନାହିଁ। ସେହିଭଳି କଲେଜ ପକ୍ଷରୁ ଗଠିତ ହୋଇଥିବା ସ୍ବତନ୍ତ୍ର ଟିମ୍‌ ମଧ୍ୟ ସେମାନଙ୍କ ବାବଦରେ କିଛି ଠୋସ୍‌ ତଥ୍ୟ ପାଉନାହିଁ। ଏହା ଭିତରେ ପୁଲିସ କାରୁବାକୀ ଛାତ୍ରୀନିବାସର ୨ଶହ ଅନ୍ତେବାସୀଙ୍କୁ ପଚରାଉଚରା କରିସାରିଲାଣି।

ତଥାପି ପୁଲିସ ହାତ ଖାଲି। ସେହିଭଳି ପୁଲିସ ଟିମ୍‌ ରୁଚିକାଙ୍କ ଗାଁକୁ ଯାଇ ତାଙ୍କ ସାଙ୍ଗସାଥୀ ଓ ସମ୍ପର୍କୀୟମାନଙ୍କୁ ପଚରାଉଚରା କରି ଖାଲି ହାତରେ ଫେରିଛି। ଏତେ ପ‌ରେ ବି ପୁଲିସକୁ କିଛି ସୁରାକ ମିଳି ନଥିବାରୁ ଦିନକୁ ଦିନ ଏହି ମାମଲା ଅଧିକ ରହସ୍ୟମୟ ହୋଇଉଠୁଛି। ଏସିପି ପରେଶ ରାଉତ କହିଛନ୍ତି ମାମଲାଟି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ୫ଦିନରେ ୨ଶହରୁ ଅଧିକଙ୍କୁ ଜେରା କରାଯାଇଛି। ଆହୁରି ୪୪ଜଣଙ୍କୁ ଜେରା କରାଯିବ ବୋଲି ସେ କହିଛନ୍ତି। ତେଣୁ ଜେରା କାର୍ଯ୍ୟକ୍ରମ ସରିବା ପରେ ଏହି ରହସ୍ୟ ଉପରୁ ପର୍ଦ୍ଦା ହଟିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe