ନଗ୍ନ ଭିଡିଓରେ ବ୍ଲାକ୍‌ମେଲ୍‌ ମାମଲା: ଧୂର୍ତ୍ତ ପ୍ରେମିକ ଗିରଫ, ୧୦୦ଗ୍ରାମ ସୁନା ଜବତ

ନଗ୍ନ ଭିଡିଓରେ ବ୍ଲାକ୍‌ମେଲ୍‌ ମାମଲା: ଧୂର୍ତ୍ତ ପ୍ରେମିକ ଗିରଫ, ୧୦୦ଗ୍ରାମ ସୁନା ଜବତ

ଭୁବନେଶ୍ବର: ନୂଆପଲ୍ଲୀ ନୀଳକଣ୍ଠନଗର ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ନଗ୍ନ ଭିଡିଓ ରେକର୍ଡିଂ କରି ବ୍ଲାକ୍‌ମେଲ୍ କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଶଠ ପ୍ରେମିକକୁ ଗିରଫ କରିଛି। ସେ ହେଲା ଢେଙ୍କାନାଳ ଭୁବନ ଅଞ୍ଚଳରର ଆଶିଷ କୁମାର ଜେନା ଓରଫ ସିଦୁଲ୍‌। ପୁଲିସ ତା’ପାଖରୁ ୧୦୦ ଗ୍ରାମ୍‌ ଚୋରି ସୁନା ଜବତ କରିଛି।

ଖବର ଅନୁଯାୟୀ, ଅଭିଯୁକ୍ତ ଆଶିଷ ଜଣେ ପେସାଦାର ଠକ। ଗତ କିଛି ମାସ ତଳେ ସେ ଅଭିଯୋଗକାରିଣୀ ନାବାଳିକାଙ୍କୁ ପ୍ରେମ ଜାଲ‌ରେ ଫସାଇବା ପରେ ଚତୁରତାର ସହ ତାଙ୍କ ନଗ୍ନ ଭିଡିଓ ସଂଗ୍ରହ କରିନେଇଥିଲା। ଅଶ୍ଳୀଳ ଚାଟିଂ ଜରିଆରେ ସେ ନାବାଳିକାଙ୍କ କିଛି ନଗ୍ନ ଫଟୋ ରଖିଥିଲା। ଏହା ପରେ ସେ ଟଙ୍କା ଦାବି କରି ବ୍ଲାକ୍‌ମେଲ୍ କରିବା ଆରମ୍ଭ କରିଥିଲା। ଲୋକଲଜ୍ଜା ଭୟରେ ନାବାଳିକା ଘରୁ ଟଙ୍କା ଚୋରି କରି ତାକୁ ପ୍ରାୟ ଲକ୍ଷେ ଟଙ୍କା ଦେଇଥିଲେ। ତଥାପି ଆଶିଷର ଲୋଭ ସରିନଥିଲା। ନାବାଳିକାକୁ ଘରୁ ସୁନା ଅଳଙ୍କାର ଚୋରି କରିବାକୁ ସେ କହିଥିଲା। ନଚେତ୍ ନଗ୍ନ ଫଟୋସବୁକୁ ଭାଇରାଲ୍‌ କରିବ ବୋଲି ଧମକ ଦେଇଥିଲା। ନାବାଳିକା ଘରୁ ସୁନା ଚୋରି କଲା ବେଳେ ଧରାପଡ଼ିଥିଲେ ଓ କଥା ପଦାକୁ ଆସିଥିଲା। ଏନେଇ ନାବାଳିକାଙ୍କ ପରିବାର ଲୋକେ ନୂଆପଲ୍ଲୀ ଥାନାର ଦ୍ବା‌ରସ୍ଥ ହୋଇଥିଲେ। ଧୂର୍ତ୍ତ ଆଶିଷ ପୂର୍ବରୁ ଏଭଳି ବହୁ ଯୁବତୀଙ୍କୁ ଫସାଇ ସୁନାଗହଣା ଲୁଟିଥିବା ସନ୍ଦେହ କରାଯାଉଛି। ତେଣୁ ଅଧିକ ତଦନ୍ତ ପାଇଁ ତାକୁ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe