ନଗ୍ନ ଭିଡିଓ କରି ନାବାଳିକାକୁ ବ୍ଲାକ୍‌ମେଲ୍‌

Advertisment

ନକଲି ଶିକ୍ଷକ ଗିରଫ

ନକଲି ଶିକ୍ଷକ ଗିରଫ

ନଗ୍ନ ଭିଡିଓ କରି ନାବାଳିକାକୁ ବ୍ଲାକ୍‌ମେଲ୍‌

ଭୁବନେଶ୍ବର: ନଗ୍ନ ଭିଡିଓ ଭାଇରାଲ୍‌ କରିବାକୁ ଧମକ ଦେଇ ଜଣେ ନାବାଳିକାଙ୍କୁ ବ୍ଲାକ୍‌ମେଲ୍‌ କରୁଥିବା ଅଭିଯୋଗରେ ସାଇବର ଥାନା ପୁଲିସ ଜଣେ ନକଲି ଶିକ୍ଷକକୁ ଗିରଫ କରିଛି। ଅଭିଯୁକ୍ତ ହେଲା କଟକ ବାଙ୍କୀର ପ୍ରଦୀପ କୁମାର ସ୍ବାଇଁ(୨୨)। ସାଇବର ଥାନା ପୁଲିସ ତା’ ନିକଟରୁ ନଗ୍ନ ଭିଡିଓ ରଖିଥିବା ମୋବାଇଲ୍ ଫୋନ୍‌ ସେଟ୍‌ ଜବତ କରିଛି।

ଖବର ଅନୁଯାୟୀ, ପ୍ରାୟ ୧୭ ମାସ ପୂର୍ବେ ଅଭିଯୁକ୍ତ ପ୍ରଦୀପ ନିଜକୁ ଶିକ୍ଷକ ବୋଲି ପରିଚୟ ଦେଇ ନାବାଳିକାଙ୍କ ସହ ସମ୍ପର୍କ ବଢ଼ାଇଥିଲା। ମାଟ୍ରିକ୍ ପାସ୍‌ କରିବା ପ‌ରେ ତାଙ୍କୁ ଭଲ କଲେଜରେ ଆଡ୍‌ମିସନ୍ କରାଇଦେବା ସହ ଲାପଟପ୍ କିଣାଇଦେବ ବୋଲି ପ୍ରଲୋଭନ ଦେଖାଇଥିଲା। ଏହା ଭିତରେ ସେମାନେ ହ୍ବାଟ୍ସଆପ୍‌ରେ ଯୋଗାଯୋଗରେ ରହିଥିଲେ। ମଝିରେ ମଝିରେ ପ୍ରଦୀପ ଭିଡିଓ କଲ୍ କରୁଥିଲା। ଏହା ଭିତରେ ଧୂର୍ତ୍ତ ପ୍ରଦୀପ କଥା ଛଳରେ ନାବାଳିକାଙ୍କ କିଛି କାଗଜପତ୍ର ଓ ଫଟୋ ହ୍ବାଟ୍‌ସଆପ‌୍‌ରେ ନେଇଯାଇଥିଲା। ଏମିତିକି ନାବାଳିକାଙ୍କ କିଛି ସମ୍ବେଦନଶୀଳ ଫଟୋ ମଧ୍ୟ ନେଇଯାଇଥିଲା। ଏହା ପରେ ସେ ତା’ର ଅସଲ ରୂପ ଦେଖାଇଥିଲା ଓ ଟଙ୍କା ନଦେଲେ ଭିଡିଓ ଭାଇରାଲ୍‌ କରିବ ବୋଲି ଧମକ ଦେଲା। ସତକୁ ସତ ପରେ ସେ ଉକ୍ତ ଭିଡିଓକୁ ନାବାଳିକାଙ୍କ ସଂପର୍କୀୟ ଓ ପରିବାର ଲୋକଙ୍କୁ ପଠାଇ ଟଙ୍କା ମାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe