କୁଶଭଦ୍ରା ପଠାରେ ବିସ୍ଫୋରଣ ଥରିଲା ବାଲିପାଟଣା

Advertisment

ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା। ହଠାତ୍‌ ପ୍ରଚଣ୍ଡ ବିସ୍ଫୋରଣରେ ବାଲିପାଟଣାର ବହୁ ଅଞ୍ଚଳ ଥରିଉଠିଲା। ଶିଶୁମଠସାହି ନିକଟରେ ଏହି ବିସ୍ଫୋରଣ ହୋଇଥିଲା। କେହି କିଛି ବୁଝିବା ପୂର୍ବରୁ ପୁଣି ଏକ ଭୟଙ୍କର ଶବ୍ଦ ହେଲା।

ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା। ହଠାତ୍‌ ପ୍ରଚଣ୍ଡ ବିସ୍ଫୋରଣରେ ବାଲିପାଟଣାର ବହୁ ଅଞ୍ଚଳ ଥରିଉଠିଲା। ଶିଶୁମଠସାହି ନିକଟରେ ଏହି ବିସ୍ଫୋରଣ ହୋଇଥିଲା। କେହି କିଛି ବୁଝିବା ପୂର୍ବରୁ ପୁଣି ଏକ ଭୟଙ୍କର ଶବ୍ଦ ହେଲା।

fhgdgdjg

ବାଲିପାଟଣା: ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା। ହଠାତ୍‌ ପ୍ରଚଣ୍ଡ ବିସ୍ଫୋରଣରେ ବାଲିପାଟଣାର ବହୁ ଅଞ୍ଚଳ ଥରିଉଠିଲା। ଶିଶୁମଠସାହି ନିକଟରେ ଏହି ବିସ୍ଫୋରଣ ହୋଇଥିଲା। କେହି କିଛି ବୁଝିବା ପୂର୍ବରୁ ପୁଣି ଏକ ଭୟଙ୍କର ଶବ୍ଦ ହେଲା। ଏମିତିରେ ପାଖାପାଖି ୨୦ମିନିଟ୍‌ ଭିତରେ ୪ଟି ବିସ୍ଫୋରଣ ହେଲା। ଲୋକ ନିଶ୍ଚିତ ହୋଇଯାଇଥିଲେ ଯେ କୌଣସି ଚୋରା ବାଣ କାରଖାନାରେ ନିଆଁ ଲାଗିଯାଇଛି। କିନ୍ତୁ ପରେପରେ ଜଣାପଡ଼ିଲା ଯେ କୁଶଭଦ୍ରା ନଦୀ ପଠ‌ାରେ ପୁଲିସ ବାରୁଦ ପୋଡ଼ିବା ବେଳେ ଏହି ବିସ୍ଫୋରଣ ହୋଇଛି। ଦୀପାବଳି ସମୟରେ ଜବତ ହୋଇଥିବା ବାଣ ଓ ବାରୁଦକୁ ପୁଲିସ ପୋଡ଼ିଛି। ବିଧିବଦ୍ଧ ପ୍ରକ୍ରିୟାରେ ବାରୁଦ ନଷ୍ଟ କରାଯାଇଥିବାରୁ କୌଣସି କ୍ଷୟକ୍ଷତି ହୋଇନାହିଁ। ଘଟଣାଟି ଆଜି ବାଲିପାଟଣାରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ଶିଶୁମଠସାହି ନିକଟ କୁଶଭଦ୍ରା ପଠାରେ ଏକ ନିକାଞ୍ଚନ ଜାଗା ଦେଖି ପୁଲିସ ଏହି କାମ କରିଥିଲା। କିନ୍ତୁ ଏନେଇ କୌଣସି ସୂଚନା ନଥିଲା। ତେଣୁ ହଠାତ୍ ପ୍ରଚଣ୍ଡ ଶବ୍ଦ ହେବାରୁ ନଦୀର ଉଭୟ ତଟବର୍ତ୍ତୀ ଗାଁଗୁଡ଼ିକରେ ଭୟର ବାତାବରଣ ଖେଳିଯାଇଥିଲା। ଶିଶୁମଠସାହି, ବାରିଲୋ, ସରିପୁର, ଗିରିଙ୍ଗ, ସାହେବନଗର, ନୂଆସାହି, କୋଳଥପିଟା ଓ ମହୁଖଣ୍ଡା ଆଦି ଗାଁରେ କୋକୁଆଭୟ ଖେଳିଯାଇଥିଲା। ନଦୀ ପଠାରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖି ଲୋକେ ଭୂମିକମ୍ପ ବା ଅଗ୍ନି ଉଦ୍‌ଗୀରଣ ହେଲା ବୋଲି ମଧ୍ୟ ଭାବିଥିଲେ। ମାତ୍ର ପରେ ବିସ୍ଫୋରଣ ସ୍ଥଳରେ ପୁଲିସ ଉପସ୍ଥିତି ଦେଖି ଲୋକେ ପ୍ରକୃତ କଥା ବୁଝିଥିଲେ। ବମ୍‌ ସ୍କ୍ବାଡ୍‌ ଉପସ୍ଥିତିରେ ପୁଲିସ ବାରୁଦ ଗଦାରେ ନିଆଁ ଲଗାଇ ନଷ୍ଟ କରିଥିଲେ। ଦୀପାବଳି ବେଳେ ପୁଲିସ ଜବତ କରିଥିବା ଦେଢ଼ କ୍ବିଣ୍ଟାଲ ବାରୁଦ ସହିତ କିଛି ବାଣକୁ ପୋଡ଼ି ନଷ୍ଟ କରାଯାଇଛି। ନରିଶୋ ବାଡ଼ୁଆସାହିର ବାଣୁଆ ବିଶ୍ୱମ୍ବର ସାହୁ, ଗୁଆପୁର ଗ୍ରାମର ବିଶ୍ୱନାଥ ମଲ୍ଲିକ ଓ ଚନ୍ଦ୍ରଶେଖର ମଲ୍ଲିକଙ୍କ ଘରୁ ପୁଲିସ ବିପୁଳ ବାରୁଦ ଓ ବାଣ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe