ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ବ୍ଲକ ରାଜନୀତି

Advertisment
ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ବ୍ଲକ ରାଜନୀତି

ବାଲିଅନ୍ତା ବ୍ଲକ୍‌ରେ ୬୪ ସରପଞ୍ଚ, ୬୩ ସମିତି ସଭ୍ୟ ପ୍ରାର୍ଥୀ; ଇଂରାଜୀ ଦସ୍ତଖତ ଯୋଗୁଁ ସମିତି ସଭ୍ୟଙ୍କ ପ୍ରାର୍ଥିପତ୍ର ଅଗ୍ରାହ୍ୟ
ବାଲିଅନ୍ତା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଲିଅନ୍ତା ବ୍ଲକ୍‌ର ୧୬ ପଞ୍ଚାୟତରୁ ମୋଟ ୫୭୪ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥିରେ ଅଛନ୍ତି ୪୩୨ ୱାର୍ଡସଭ୍ୟ, ୬୪ ସରପଞ୍ଚ ଓ ୬୩ ଜଣ ସମିତି ସଭ୍ୟ ପ୍ରା‌ର୍ଥୀ। ସେହିଭଳି ଖୋର୍ଦ୍ଧା ଜିଲ୍ଲାର ୩ ଜିଲ୍ଲା ପରିଷଦ ଜୋନ୍‌ ପାଇଁ ଏଠାରୁ ୧୫ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଜି ହୀରା ସିଂହ ନାମକ ଜଣେ ସଂରକ୍ଷିତ ପ୍ରାର୍ଥୀନୀ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟାରୁ ବାଦ୍‌ ପଡ଼ିଛନ୍ତି। ଓଡ଼ିଆ ଫର୍ମରେ ଇଂରାଜୀ ଅକ୍ଷରରେ ଦସ୍ତଖତ କରି ସେ ନିର୍ବାଚନ ପ୍ରକ୍ରିୟାରୁ ବାଦ୍‌ ପଡ଼ିଛନ୍ତି। ହୀରା ଇଂରାଜୀରେ ଦସ୍ତଖତ କରିଥିବାରୁ ତାଙ୍କ ଆବେଦନ ଫର୍ମକୁ ନାକଚ କରିଦିଆଯାଇଥିଲା ଓ ଅନ୍ୟ ଏକ ଫର୍ମରେ ଓଡ଼ିଆରେ ଦସ୍ତଖତ କରି ଦାଖଲ କରିବାକୁ କୁହାଯାଇଥିଲା। ମାତ୍ର ହୀରା ପୁଣି ଫର୍ମ ଧରି କାର୍ଯ୍ୟାଳୟରେ ପହଞ୍ଚିବା ବେଳକୁ ଧାର୍ଯ୍ୟ ସମୟ ସାଢ଼େ ୩ଟା ଗଡ଼ି ଯାଇଥିଲା। ତେଣୁ ତାଙ୍କ ଫର୍ମକୁ ଗ୍ରହଣ କରାଯାଇନଥିଲା। ଏନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ଓ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।

ବାରଙ୍ଗ ବ୍ଲକରେ ସରପଞ୍ଚ ପାଇଁ ୭୫ ନାମାଙ୍କନ
ତ୍ରିଶୁଳିଆ : ବାରଙ୍ଗ ବ୍ଲକର ୧୬ ପଞ୍ଚାୟତରୁ ସରପଞ୍ଚ ପଦ ପାଇଁ ୭୫, ସମିତି ସଭ୍ୟ ପାଇଁ ୬୪ ଓ ୱାର୍ଡସଭ୍ୟ ପାଇଁ ୪୦୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ଶେଷ ଦିନରେ ମୋଟ୍ ୧୪୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କଟକ ଜିଲ୍ଲା ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରୁ ସୁମିନା ପ୍ରଧାନ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ମଣ୍ଟୁ ମାଝୀ ଓ ବିଜେପିରୁ ନଳୀନ ରାୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଯାଞ୍ଚ ପରେ ୨୫ ତାରିଖ ସୁଦ୍ଧା ପ୍ରାର୍ଥୀମାନଙ୍କୁ ଚିହ୍ନ ମିଳିବ। ଏଠାରେ ମୋଟ ୭୪ ହଜାର ୨ଶହ ୧୯ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ।

publive-image

ବାଲିପାଟଣା ବ୍ଲକ୍‌ରେ ୧୭ ପଞ୍ଚାୟତ, ୬୫୧ ପ୍ରାର୍ଥୀ
ବାଲିପାଟଣା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଶୁକ୍ରବାର ଦିନ ନାମାଙ୍କନପତ୍ର ଦାଖଲ ଶେଷହୋଇଛି। ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡସଭ୍ୟ ପଦ ଲାଗି ବାଲିପାଟଣା ବ୍ଲକ୍‌ର ୧୭ ପଞ୍ଚାୟତରୁ ମୋଟ୍‌ ୬୫୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସରପଞ୍ଚ ପଦ ପାଇଁ ୮୮, ସମିତି ସଭ୍ୟ ପଦ ପାଇଁ ୭୩ ଓ ୱାର୍ଡ ସଭ୍ୟ ପଦ ଲାଗି ୪୫୦ ଜଣ ପାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ଏହି ବ୍ଲକ୍‌ରେ ଥିବା ଖୋର୍ଦ୍ଧା ଜିଲ୍ଲାର ୩ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ବେଶି ପ୍ରାର୍ଥୀ ନଥିବା ଜଣାପଡ଼ିଛି। ୩ ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡି ଦଳରୁ ୩ ଜଣ ଲେଖାଏଁ ୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଅନ୍ୟାନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀ ଭାବେ ୧୧ ଜଣ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସରପଞ୍ଚ ପଦ ଲାଗି ବିଭିନ୍ନ ଦଳୀୟ ସମର୍ଥନ ମିଳିନଥିବାରୁ ବହୁ ପ୍ରାର୍ଥୀ ବିଦ୍ରୋହୀଭାବେ ନିର୍ବାଚନ ମୈଦାନକୁ ଆସିଥିବା ଚର୍ଚ୍ଚା ହେଉଛି। ଅନୁରୂପ ଭାବେ ସମିତି ସଭ୍ୟ ପଦ କ୍ଷେତ୍ରରେ ବି ହୋଇଛି। ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ କିଛି ବିଦ୍ରୋହୀଙ୍କୁ ନିଜ ଦଳ ପକ୍ଷରୁ ବୁଝାଇବା କାମ ଚାଲିଛି। ତେଣୁ ପ୍ରା‌ର୍ଥୀପତ୍ର ପ୍ରତ୍ୟାହାରକୁ ନେଇ ପ୍ରାୟ ସବୁ ପଞ୍ଚାୟତରେ ଉତ୍କଣ୍ଠା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe