ଦୟା ଏନ୍‌କ୍ଲେଭ୍‌କୁ ଝଟ୍‌କା, ବିଡିଏକୁ କାରଣ ଦର୍ଶାଅ ନୋଟିସ୍‌

Advertisment
ଦୟା ଏନ୍‌କ୍ଲେଭ୍‌କୁ ଝଟ୍‌କା, ବିଡିଏକୁ କାରଣ ଦର୍ଶାଅ ନୋଟିସ୍‌

OdishaTV

ଭୁବନେଶ୍ବର: ବିଡିଏର ‘ଦୟା ଏନ୍‌କ୍ଲେଭ୍‌’ ପ୍ରକଳ୍ପକୁ ଝଟ୍‌କା ଲାଗିଛି। ଏହାର ଫ୍ଲାଟ୍‌ ବିକ୍ରି ଉପରେ ରୋକ୍‌ ଲଗାଇଛନ୍ତି ରେରା(ରିୟଲ ଇଷ୍ଟେଟ୍‌ ନିୟାମକ ପ୍ରାଧିକରଣ)। ଏହି ପ୍ରକଳ୍ପ ନିର୍ମାଣରେ ବିଡିଏ ରେରା ନିୟମକୁ ପାଳନ କରିନାହିଁ ବୋଲି ଅଭିଯୋଗ ହେବା ପରେ ଏହି ରହିତାଦେଶ ଜାରି ହୋଇଛି। ତା’ ସହିତ ପ୍ରକଳ୍ପର ପଞ୍ଜୀକରଣ ପ୍ରମାଣପତ୍ର କାହିଁକି ବାତିଲ ନ ହେବ ତାହାର କାରଣ ଦର୍ଶାଇବାକୁ ବିଡିଏକୁ ନୋଟିସ୍‌ ହୋଇଛି। ନିର୍ମାଣରେ ନିୟମ ଉଲ୍ଲଂଘନ ହୋଇଥିବା ନେଇ ବିମଳେନ୍ଦୁ ପ୍ରଧାନ ରେରାର ଦ୍ବାରସ୍ଥ ହୋଇଥିଲେ। ପୂର୍ବରୁ ତିନିଥର ବିଡିଏ ସର୍ତ୍ତାବଳୀରେ ସଂଶୋଧନ ମଧ୍ୟ କରିଥିଲା। ଏହା ସତ୍ତ୍ୱେ ରେରା ଧାର୍ଯ୍ୟ କରିଥିବା ‘ଏଗ୍ରିମେଣ୍ଟ ଫର ସେଲ ଫର୍ମାଟ’ କୁ ବିଡିଏ ଆପଣେଇ ନଥିବାରୁ ବିମଳେନ୍ଦୁ ପ୍ରଧାନ ଆଉ ଥରେ ରେରାର ଦ୍ୱାରସ୍ଥ ହୋଇଥିଲେ। ଶ୍ରୀ ପ୍ରଧାନଙ୍କ ଆବେଦନ ଆଧାରରେ ଏହି ନୋଟିସ୍‌ ହେବା ସହ ବିକ୍ରି ଉପରେ ରହିତାଦେଶ ଜାରି ହୋଇଛି। ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୧ରେ ରହିଛି।

ବିମଳେନ୍ଦୁ ପ୍ରଧାନ ଦର୍ଶାଇଛନ୍ତି ଯେ ଏହି ପ୍ରକଳ୍ପ ପାଇଁ ବିଡିଏ ଜୁଲାଇ ୨୨ ତାରିଖରେ ବିଜ୍ଞପ୍ତି ଜାରି କରିଥିଲା। ଏଥିରେ ‘ସୁପର ବିଲ୍ଟ-ଅପ୍ ଏରିଆ’ ଶବ୍ଦର ସ୍ପଷ୍ଟତା ନଥିଲା। ଏହାକୁ ନେଇ ସୂଚନା ଅଧିକାର ଆଇନ ବଳରେ ବିଡିଏ ସୂଚନା ଦେଇଥିଲା କି ‘ସୁପର ଏରିଆ’ ଓ ‘ସୁପର ବିଲ୍ଟ-ଅପ୍‌ ଏରିଆ’ ପରି ଶବ୍ଦ ରାଜ୍ୟ ଆଇନରେ ନାହିଁ। ଆପାର୍ଟମେଣ୍ଟର ଆକାର ବର୍ଣ୍ଣନା କରିବା ପାଇଁ କେବଳ ‘କାର୍ପେଟ ଏରିଆ’ ବ୍ୟବହୃତ ହେବା ଉଚିତ। ଯିଏ ଏଭଳି ସୂଚନା ଦେଇଥିଲା ସେହି ସଂସ୍ଥା କିଭଳି ସୁପର ବିଲ୍ଟ ଅପ୍‌ ଏରିଆ ବ୍ୟବହାର କଲା? ପ୍ରୋଜେକ୍ଟ ବ୍ରୋଚରରେ ବିଡିଏ ଦର୍ଶାଇଛି ଯେ, ଡାଇମେନ୍ସନ୍ ଓ ଏରିଆର ସମସ୍ତ ସୂଚନା ଆନୁମାନିକ ଓ ସମ୍ପତ୍ତିର ଅଧିକାର ପାଇଁ ଆଲଟି(ଘର କିଣିଥିବା ଲୋକ) ଦାବି କରିପାରିବେ ନାହିଁ। ତା ସହିତ ଲେଆଉଟ୍ ପ୍ଲାନ୍‌କୁ ବିଡିଏ ପରିବର୍ତ୍ତନ କିମ୍ବା ସଂଶୋଧନ କରିପାରିବ। ଏହା ରେରା ନିୟମର ସମ୍ପୂର୍ଣ୍ଣ ବିପରୀତ ବୋଲି ଆବେଦନକାରୀ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe