ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ତହସିଲ କାର୍ଯ୍ୟାଳୟ ଘେରାଉ

Advertisment
ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ତହସିଲ କାର୍ଯ୍ୟାଳୟ ଘେରାଉ

ତ୍ରିଶୁଳିଆ/ବାରଙ୍ଗ : ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ଆଜି ଶତାଧିକ ସ୍ଥାନୀୟ ଲୋକ ବାରଙ୍ଗ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ଜିଲ୍ଲା ପରିଷଦ ସଦସ୍ୟା‌ ସସ୍ମିତା ସାହୁଙ୍କ ନେତୃତ୍ବରେ ଆୟୋଜିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପ୍ରାକୃତିକ ଜଳ ନିସ୍କାସନ ବ୍ୟବସ୍ଥା ସବୁକୁ ଜବରଦଖଲମୁକ୍ତ କରିବାକୁ ଦାବି ହୋଇଥିଲା। ତହସିଲଦାର ସଂକଳ୍ପ ସ୍ବସ୍ତିକ ସାହୁ ଦାବିପତ୍ର ଗ୍ରହଣ କରି ପ୍ରତିକାର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ପ୍ରତିବର୍ଷ ବର୍ଷା ଦିନ ଆସିଲେ ବାରଙ୍ଗ ବ୍ଲକ୍‌ ଅନ୍ତର୍ଗତ କୁହ୍ନେଇପଡ଼ା, ମଧୁପୁର ଓ ଶ୍ରୀବନ୍ତପୁର ପଞ୍ଚାୟତର କୁହ୍ନେଇପଡ଼ା, ତ୍ରିଶୁଳିଆ, ମଧୁପୁର, ମଧୁବନ, ଭୁବନପୁର, ବଛପୁର ଓ ଫୁଲପୋଖରୀ ପ୍ରଭୃତି ଗାଁଗୁଡ଼ିକ ଜଳବନ୍ଦୀ ହୋଇ ରହୁଛି। ଗତ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ଏହି ଗାଁ ଗୁଡ଼ିକର ହଜାର ହଜାର ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ରାତିରେ ଲୋକେ ଘରୁ ବାହାରି ପାରିନଥିଲେ। ପ୍ରାକୃତିକ ନାଳ ଓ ଯୋର ସବୁ ପ୍ରଭାବଶାଳୀ ବିଲ୍‌ଡର୍ସମାନଙ୍କ ଦ୍ବାରା ଜବରଦଖଲ ହୋଇଥିବାରୁ ବ‌ର୍ଷା ଜଳ ନିସ୍କାସନ ହୋଇପାରୁନାହିଁ। ଚାଷ ଜମିରେ ରାସ୍ତା ଓ ଗୃହ ନିର୍ମାଣ ହୋଇଥିବା ଯୋଗୁ ବର୍ଷା ଜଳ ନିଷ୍କାସନ ହୋଇନପାରି କୃତ୍ରିମ ବନ୍ୟା ସୃଷ୍ଟି ହେଉଛି ବୋଲି ସେମାନେ ଅଭିଯୋଗ କରିଥିଲେ। ତେଣୁ ତୁରନ୍ତ ସରକାରୀ ନାଳ ଓ ଯୋରକୁ ଜବରଦଖଲମୁକ୍ତ କରିବା ସହ ଚାଷ ଜମି ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୁକାନ୍ତ ମୁଦୁଲି, ବିଜୟ ପଣ୍ତା, ଅଜୟ ମହାନ୍ତି, ମୁରଲୀଧର ସ୍ବାଇଁ, ରଞ୍ଜନ ମୁଦୁଲି, ପୂର୍ବତନ ସରପ‌ଞ୍ଚ ଅରୁଣ ସାହୁ, ମଣ୍ଟୁ ମାଝି ପ୍ରମୁଖ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe