ଧର୍ମପଦ ଯୁବ ପରିଷଦ ପକ୍ଷରୁ ରକ୍ତଦାନ ଶିବିର

Advertisment
ଧର୍ମପଦ ଯୁବ ପରିଷଦ ପକ୍ଷରୁ ରକ୍ତଦାନ ଶିବିର

ବାରଙ୍ଗ: ବାରଙ୍ଗ ବ୍ଲକ ଅଧୀନ ପଞ୍ଚୁପାଳ ଗ୍ରାମର ଧର୍ମପଦ ଯୁବ ପରିଷଦ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ଓ ଆମ ଓଡ଼ିଶା ସହାୟତାରେ ଅୟୋଜିତ ଏହି ଶିବରରୁ ମୋଟ ୧୫ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଶିବିରରେ ଦୁର୍ଘଟଣାରେ ଡାହାଣ ହାତର କ୍ଷମତା ହରାଇଥିବା ଅଞ୍ଜନ ନାୟକ(୫୧) ରକ୍ତଦାନ କରି ଉତ୍ସାହିତ କରିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ। ରଣଜିତ କୁମାର ବିଶୋଇ, ଚିତ୍ତରଞ୍ଜନ ବିଶୋଇ, ଶୁଭ୍ର ନାରାୟଣ ଷଡ଼ଙ୍ଗୀ, ସନ୍ତୋଷ ବିଶୋଇ, ମିହିର ବିଶୋଇ, ପ୍ରଣବ ବିଶୋଇ, ସୁରେନ୍ଦ୍ର ସାହୁ, ଦୀପକ କୁମାର ସ୍ବାଇଁ, ସନ୍ତୋଷ କୁମାର ପାତ୍ର, ଲକ୍ଷ୍ମୀଧର ମହାରଣା, ସତ୍ୟ ରଞ୍ଜନ ମହାନ୍ତି, ମନୋରଞ୍ଜନ ବେହେରା, ସାଗର ସ୍ବାଇଁ, ନିଲେଶ ଚନ୍ଦ୍ର ଖୁଣ୍ଟିଆ ରକ୍ତଦାନ କରିଥିଲେ। କେନ୍ଦ୍ରୀୟ ରକ୍ତ ଭଣ୍ଡାର ତରଫରୁ ଡା. ଶେଷାଂଶୁ ଶତପଥୀ, ଟେକ୍‌ନିସିଆନ ରଞ୍ଜନ କୁମାର ଦାସ, ଅଭିମନ୍ୟୁ ଜେନା ଓ ସୁବ୍ରତ ମହାପାତ୍ର ରକ୍ତ ସଂଗ୍ରହ କରିଥିଲେ।

ସମ୍ବାଦ ଓ ଆମ ଓଡ଼ିଶା ତରଫରୁ ବାରଙ୍ଗ ବ୍ଲକ ପ୍ରତିନିଧି ରୁଦ୍ର ନାରାୟଣ ଷଡ଼ଙ୍ଗୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ରକ୍ତଦାନ ଶିବିରରେ ଯୁବ ପରିଷଦର ମୁଖ୍ୟ ଉପଦେଷ୍ଟା ପଣ୍ଡିତ ଶେଷଦେବ ଷଡ଼ଙ୍ଗୀ, ସମ୍ପାଦକ ରଣଜିତ ବିଶୋଇ, ଗୁରୁଚରଣ ଷଡ଼ଙ୍ଗୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe