ରେଡିଓ ଚକ୍‌ଲେଟ ପକ୍ଷରୁ ରକ୍ତଦାନ ଶିବିର

ରେଡିଓ ଚକ୍‌ଲେଟ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ବର: ଆଜି ବିଶ୍ବ ରକ୍ତଦାତା ଦିବସ କ୍ୟାପିଟାଲ ହସପିଟାଲ ରକ୍ତକେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରେଡିଓ ଚକ୍‌ଲେଟ, ଆମ ଓଡ଼ିଶା ଓ ଓଡ଼ିଶା ରକ୍ତକେନ୍ଦ୍ର, କ୍ୟାପିଟାଲ ହସପିଟାଲ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ଡା. ଦେବାଶିଷ ମିଶ୍ର, ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର, ରାଜ୍ୟ ରକ୍ତ ସଂଚାଳନ ପରିଷଦର ସହନିର୍ଦ୍ଦେଶକ ସ୍ବରୂପ ଦାଶ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ରେଡିଓ ଚକ୍‌ଲେଟର ପକ୍ଷରୁ ଆରଜେ ସଂଗ୍ରାମ ମିଶ୍ର, ଅନିଲ ପଟ୍ଟନାୟକ, କିଶୋର କୁମ୍ଭାର, ରୋଜାଲିନ ବେଉରା, ସ୍ନେହାଂଶୁ ସାମନ୍ତରାୟଙ୍କ ସମେତ ୩୨ ଜଣ ରକ୍ତଦାନ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ କାର୍ଯ୍ୟକ୍ରମ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe