ଭୁବନେଶ୍ୱର : ଫ୍ୟୁଚର୍ କ୍ୟାରିୟର୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ (ଏଫ୍.ସି.ଏସ୍) ଓ ‘ଆମ ଓଡ଼ିଶା’ର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସହିଦନଗରସ୍ଥିତ ଏଫ୍.ସି.ଏସ୍. ପରିସରରେରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୨୮ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଡି.ସି.ସି. ପ୍ରାଇଭେଟ୍ କମ୍ପାନିର ସିଇଓ ଦେବାଶିଷ ଘୋଷ ଏହି ଶିବିରଟିକୁ ଉଦ୍ଘାଟନ କରିଥିଲେ। ‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର ମଧ୍ୟ ଉପସ୍ଥିତ ରହି ରକ୍ତଦାନ କରି ଜୀବନ ବଞ୍ଚାଉଥିବା ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନୁଷ୍ଠାନର ପରିଚାଳନା ନିର୍ଦେଶକ ସିତେଶ ପଟ୍ଟନାୟକ ଉକ୍ତ ଶିବିରକୁ ପରିଚାଳନା କରିଥିଲେ । ସ୍ୱେଚ୍ଛାସେବୀ ଭାବରେ କାମାକ୍ଷା ପ୍ରସାଦ ମହାନ୍ତି, ଦେବସ୍ମିତା ମହାପାତ୍ର, ପ୍ରସନ୍ନ ଭୋଇ, ଦେବାଶିଷ, ପୂଜା ଓ ପୁରୁଷୋତ୍ତମ ଶିବିରଟିକୁ ସଫଳ କରିବାରେ ସହଯୋଗ କରିଥିଲେ । ମୁନିସିପାଲିଟି ହସପିଟାଲ ରକ୍ତଭଣ୍ଡାରର ମୁଖ୍ୟ ଡା.ଜୟଦୀପ ଘୋଷ ଓ ସହକର୍ମୀମାନେ ଉକ୍ତ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us