ଏସ୍‌ଭିଏସ୍‌ଇଟି ପକ୍ଷରୁ ରକ୍ତଦାନ ଶିବିର

Advertisment
ଏସ୍‌ଭିଏସ୍‌ଇଟି ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିବସ ତଥା ଜାତୀୟ ଯୁବ ଦିବସ ଅବସରରେ ଆଜି ସ୍ଥାନୀୟ ମଦନପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍କୁଲ ଅଫ୍‌ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଏସ୍‌ଭିଏସ୍‌ଇଟି) ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ‘ସମ୍ବାଦ-ଆମ ଓଡ଼ିଶା’ର ସହଯୋଗରେ ଏହି ରକ୍ତଦାନ ଶିବିରଟି ଆୟୋଜିତ ହୋଇଥିଲା। କଲେଜ୍‌ର ଛାତ୍ରଛାତ୍ରୀ ତଥା ସହକର୍ମୀଙ୍କ ସମେତ ମୋଟ ୩୦ ଜଣ ଏହି ଶିବିରରେ ରକ୍ତଦାନ କରିଥିଲେ। ପ୍ରିନ୍‌ସିପାଲ ଇଂ. ବିନୟ ମହାନ୍ତି ଉପସ୍ଥିତ ରହି ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ରକ୍ତଦାନ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିଥିଲେ। ‘ଆମ ଓଡ଼ିଶା’ ପକ୍ଷରୁ ପ୍ରଭଞ୍ଜନ ପାଣିଗ୍ରାହୀ ରକ୍ତଦାନର ମହତ୍ଵ ବିଷୟରେ ସଚେତନ କରାଇବା ସହ ‘ଆମ ଓଡ଼ିଶା ରକ୍ତଦାନ ଅଭିଯାନ’ରେ ସାମିଲ ହୋଇ ପ୍ରତ୍ୟେକ ବର୍ଷ ରକ୍ତଦାନ ଶିବିର ଆୟୋଜନ କରୁଥିବାରୁ ଅନୁଷ୍ଠାନ ତଥା ଆୟୋଜକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଡ. ଶ୍ରୀକାନ୍ତ ଦାସ ଯୋଗଦେଇ ରକ୍ତଦାନର ଉପକାରିତା ବିଷୟରେ ଆଲୋଚନାକ କରିଥିଲେ। ଭାଇସ୍‌ ପ୍ରିନ୍‌ସିପାଲ ଦେବାଶିଷ ପ୍ରଧାନ, ପ୍ରଭାସ କୁମାର ମହାନ୍ତି ଏବଂ ଚିତ୍ତରଂଜନ ରାଉତରାୟ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ସହକର୍ମୀ ଦୀପ୍ତି ରଂଜନ ଲେଙ୍କା, ଉମେଶ ସାହୁ, ଇପ୍‌ସିତା ଜେନା ମଧ୍ୟ ପରିଚାଳନା କାର୍ଯ୍ୟରେ ସହାୟତା କରିଥିଲେ। କ୍ୟାପିଟାଲ ହସପିଟାଲ ରକ୍ତଭଣ୍ଡାରର ସହକର୍ମୀମାନେ ଉକ୍ତ ଶିବିରରୁ ରକ୍ତସଂଗ୍ରହ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe