ଭୁବନେଶ୍ୱର : ଗୋଠପାଟଣା ସ୍ଥିତ ଆଇଆଇଆଇଟିରେ ରୋଟାରି ଓ ଇନରହୁଇଲ୍ କ୍ଲବ ଭୁବନେଶ୍ୱର ମେଟ୍ରୋଙ୍କ ଆନୁକୂଲ୍ୟରେ ଗତ ୩ ତାରିଖରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। କ୍ୟାପିଟାଲ ମେଡିକାଲ ସହାୟତାରେ ଏହି ଶିବିରରୁ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଆଇଆଇଆଇଟି ନିର୍ଦ୍ଦେଶକ ରୋଟାରିଆନ ଗୋପାଳ କୃଷ୍ଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ। ରୋଟାରି ମେଟ୍ରୋ ସଭାପତି କେସି ପଟ୍ଟନାୟକ ଓ ଇନର୍ହୁଇଲ୍ ମେଟ୍ରୋ ସଭାନେତ୍ରୀ ରୂପଶ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ଲବର ସଦସ୍ୟମାନେ ଏଥିରେ ସହଯୋଗ କରିଥିଲେ।
ରୋଟାରି ମେଟ୍ରୋ ପକ୍ଷରୁ ରକ୍ତଦାନ ଶିବିର
Advertisment
Follow Us