‘ଗୋପବନ୍ଧୁ କ୍ଲବ୍‌’ ପକ୍ଷରୁ ରକ୍ତଦାନ ଶିବିର : ୪୧ ୟୁନିଟ୍‌ ରକ୍ତ ସଂଗୃହୀତ

‘ଗୋପବନ୍ଧୁ କ୍ଲବ୍‌’ ପକ୍ଷରୁ ରକ୍ତଦାନ ଶିବିର : ୪୧ ୟୁନିଟ୍‌ ରକ୍ତ ସଂଗୃହୀତ

ଭୁବନେଶ୍ୱର : ଗ୍ରୀଷ୍ମକାଳୀନ ରକ୍ତ ଅଭାବକୁ କିଛିମାତ୍ରାରେ ଦୂର କରିବା ପାଇଁ ଭୁବନେଶ୍ୱରର ପୁରାତନ ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଗୋବପନ୍ଧୁ କ୍ଲବ୍‌’ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ସ୍ଥାନୀୟ ଲକ୍ଷ୍ମୀସାଗରସ୍ଥିତ କ୍ଲବ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୪୧ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। କ୍ଲବ୍‌ର ସଭାପତି ରଘୁନାଥ ମନ୍ତ୍ରୀ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। କ୍ଲ୍‌ବ୍‌ର ସଦସ୍ୟମାନଙ୍କ ମଧ୍ୟରୁ ଅଭିମନ୍ୟୁ ନାୟକ, ସୁବାସ ଚନ୍ଦ୍ର ରାଉତ, ଧୁମାକାନ୍ତ ରାଉତ ଓ ରମାକାନ୍ତ ପ୍ରଧାନ ଶିବିର ପରିଚାଳନା କରିଥିଲେ। ଗଗନ ବିହାରୀ ପ୍ରଧାନ, ଅକ୍ଷୟ ପରିଡ଼ା, ସୁକାନ୍ତ କୁମାର ନାୟକ, ସମୀର ରାଉତ ଓ ଅରୁଣ କୁମାର ସାମନ୍ତରାୟ ପରିଚାଳନରେ ସହଯୋଗ କରିଥିଲେ। କ୍ଲବ୍‌ର ସମସ୍ତ ସଦସ୍ୟ ସଦସ୍ୟା ତଥା ଅନ୍ୟ ସ୍ୱେଚ୍ଛାରକ୍ତଦାତାମାନେ ଏହି ଶିବିରରେ ରକ୍ତଦାନ କରିଥିଲେ। କ୍ୟାପିଟାଲ ରକ୍ତଭଣ୍ଡାରର ସହକର୍ମୀମାନେ ଏହି ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର ରକ୍ତଦାନ ସଂଯୋଜକ ହରେକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe