ଭୁବନେଶ୍ୱର : ସ୍ଥାନୀୟ ଇନ୍ଫୋସିଟି, ପଟିଆସ୍ଥିତ ଭାରତୀ ଏୟାର୍ଟେଲ୍ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ‘ସମ୍ବାଦ-ଆମ ଓଡ଼ିଶା’ ସହାୟତାରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଭାରତୀ ଏୟାରଟେଲ୍, ଭୁବନେଶ୍ୱରର ସିଓଓ ସିଦ୍ଧାର୍ଥ ମୋଦିଓ୍ଵାଲେ ରକ୍ତଦାନ କରି ଉଦ୍ଘାଟନ କରିଥିଲେ। ମାର୍କେଟିଂ ମୁଖ୍ୟ ବିଶାଲ ସୁରାନା, ସିଟିଓ ଥୋମାସ ଜର୍ଜ, ଜୋନାଲ ବିଏମ୍ ପ୍ରିୟଦର୍ଶୀ ପଟ୍ଟନାୟକ ଓ ପ୍ରିୟବ୍ରତ ପଟ୍ଟନାୟକ, ମାର୍କେଟିଂ ମ୍ୟାନେଜର୍ କୀର୍ତିନାଥ ତ୍ରିପାଠୀ ଏବଂ ଆଡ୍ମିନ୍-ଏଚ୍ଆର୍ ଲିଲିୟାନ ମହାପାତ୍ର ଶିବିର ପରିଚାଳନା କରିଥିଲେ। ଅନୁଷ୍ଠାନର ସଦସ୍ୟ ସଦସ୍ୟା, ସହକର୍ମୀ ତଥା ଅନ୍ୟ ସ୍ୱେଚ୍ଛାରକ୍ତଦାତାମାନେ ରକ୍ତଦାନ କରିଥିଲେ। ଏୟାରଟେଲ୍ ପକ୍ଷରୁ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ମୁନିସିପାଲିଟି ରକ୍ତଭଣ୍ଡାରର ସହକର୍ମୀମାନେ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର କର୍ମକର୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us