ସମବାୟ ନିର୍ଦ୍ଦେଶାଳୟ ସାଂସ୍କୃତିକ ପରିଷଦ ପକ୍ଷରୁ ରକ୍ତଦାନ ଶିବିର

Advertisment
ସମବାୟ ନିର୍ଦ୍ଦେଶାଳୟ ସାଂସ୍କୃତିକ ପରିଷଦ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ଆଜି ସ୍ଥାନୀୟ ୯ତାଲାର ୮ମ ମହଲା ସଭାଗୃହଠାରେ ସମବାୟ ନିର୍ଦ୍ଦେଶାଳୟ ସାଂସ୍କୃତିକ ପରିଷଦ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ‘ସମ୍ବାଦ-ଆମ ଓଡ଼ିଶା’ର ସହଯୋଗରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ମୋଟ ୨୭ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ପରିଷଦର ମୁଖ୍ୟ ପୃଷ୍ଠପୋଷକ ତଥା ନିବନ୍ଧକ ଡ. ଶଶିଭୂଷଣ ପାଢ଼ୀ, ଯୁଗ୍ମ ନିବନ୍ଧକ ବିଜୟ କୁମାର ମିଶ୍ର, ସମ୍ପାଦକ ଅଶୋକ କୁମାର ଦାଶ ଓ ସଭାପତି କାଳୀପ୍ରସନ୍ନ ମଲ୍ଲିକ ଉପସ୍ଥିତ ରହି ସମସ୍ତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଶିବିର ପରିଚାଳନା କରିଥିଲେ। ପରିଚାଳନା ସମିତିର ସଭ୍ୟସଭ୍ୟାମାନଙ୍କ ମଧ୍ୟରୁ ବିକାଶ ଓଝା, ସୁଶାନ୍ତ ରଥ, କୁମାର ପଣ୍ଡା, ଶାନ୍ତନୁ ପାଢ଼ୀ, ରାଜଶ୍ରୀ ମହାନ୍ତି, ସାଗରିକା ସାମଲ, ରୁଦ୍ର ପ୍ରଧାନ, ଦୀପକ ଦାସ, ଗଙ୍ଗାଧର ପୁହାଣ, ସୀତାକାନ୍ତ ପଣ୍ଡା, ଅର୍ଜୁନ ନାୟକ, ସନ୍ତୋଷ ପଢ଼ିଆରୀ, ଧରଣୀଧର ପ୍ରଧାନ ଓ ଦେବରାଜ ପାଣିଗ୍ରାହୀ ପରିଚାଳନା କାର୍ଯ୍ୟରେ ସହଯୋଗ କରିଥିଲେ। ଏତଦ୍‌ବ୍ୟତୀତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କିରାଣି ଓ ସହକର୍ମୀ ମାନଙ୍କ ମଧ୍ୟରୁ ଶ୍ରୀଧର ମଲ୍ଲିକ, ଗଗନବିହାରୀ ସ୍ୱାଇଁ ଓ ସୁରେନ୍ଦ୍ର ବେହେରା ମଧ୍ୟ ରକ୍ତଦାନ ଶିବିର କାର୍ଯ୍ୟରେ ସହାୟତା କରିଥିଲେ। ପରିଷଦର ସମସ୍ତ କର୍ମକର୍ତ୍ତା, ସଭ୍ୟାସଭ୍ୟା ତଥା କାର୍ଯ୍ୟାଳୟର ସମସ୍ତ ସହକର୍ମୀ ଏହି ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ। ମ୍ୟୁନିସିପାଲିଟି ରକ୍ତଭଣ୍ଡାର ଅଧିକାରୀ ଡ. ଜୟଦୀପ ଘୋଷ ଓ ତାଙ୍କ ସହକର୍ମୀମାନେ ଉକ୍ତ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର ରକ୍ତଦାନ କାର୍ଯ୍ୟକ୍ରମ ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe