ଉପେନ୍ଦ୍ର ଭଞ୍ଜ ରେଲୱେ ଇନଷ୍ଟିଚ୍ୟୁଟ୍‌ରେ ରକ୍ତଦାନ ଶିବିର

Advertisment

୯୫ ୟୁନିଟ୍‌ ରକ୍ତ ସଂଗୃହୀତ

୯୫ ୟୁନିଟ୍‌ ରକ୍ତ ସଂଗୃହୀତ

ଉପେନ୍ଦ୍ର ଭଞ୍ଜ ରେଲୱେ ଇନଷ୍ଟିଚ୍ୟୁଟ୍‌ରେ ରକ୍ତଦାନ ଶିବିର

ଭୁବନେଶ୍ବର: ସ୍ଥାନୀୟ ମଞ୍ଚେଶ୍ବର ରେଳଡବା ମରାମତି କାରଖାନାସ୍ଥିତ ଉପେନ୍ଦ୍ର ଭଞ୍ଜ ରେଲୱେ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଅନୁଷ୍ଠିତ ଏହି ଶିବିରରୁ ମୋଟ ୯୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ରେଳଡବା ମରାମତି କାରଖାନାର ଚିଫ୍ ୱାର୍କସପ୍ ମ୍ୟାନେଜର୍‌ ସୁଭାଷ ଚନ୍ଦ୍ର କର ଆନୁଷ୍ଠାନିକ ଭାବେ ଶିବିରକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ୱାର୍କସପ୍ ପର୍ସନାଲ ଅଫିସର୍‌ ପ୍ରମୋଦ ବେହେରା, ଡେପୁଟି ସିଏମ୍ଇ (ପିଓଏଚ୍) ପି.କେ ନାଏକ, ଡେପୁଟି ସିଇଇ ଏ.ପି ବାରିକ, ୱାର୍କସପ୍ ମ୍ୟାନେଜର୍ ଆର୍.ଆର୍ ମିଶ୍ର, ଡେପୁଟି ସିଏମ୍ଇ(ପ୍ରଡକ୍ସନ୍‌) ସମ୍ବିତ ମହାପାତ୍ର, ଡେପୁଟି ସିଏମ୍ଏମ୍ ରମେଶ କାମିନୀ, ଏଡିଇଏନ୍ ହୀରାଲାଲ, ସିନିୟର୍‌ ଏଏଫ୍ଏ ଏସ୍. ଦାଶ ମହାପାତ୍ର, ୱାର୍କିଂ କମିଟି ମେମ୍ବର, ଏଏନ୍ଏଫ୍ଆଇଆର୍‌ ଅଶୋକ ନାହାକ ଓ ଶ୍ରମିକ କଂଗ୍ରେସ ମଞ୍ଚେଶ୍ବର ଶାଖାର ଚିଫ୍ ଆଡଭାଇଜର୍‌ ହାଡୁବନ୍ଧୁ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ଇନଷ୍ଟିଚ୍ୟୁଟ୍‌ର ସଂପାଦକ ମନୋରଂଜନ ରଣା, ଉପସଭାପତି ପ୍ରଦୀପ କୁମାର ଲେଙ୍କା, କୋଷାଧ୍ୟକ୍ଷ ବି. ଭାସ୍କର ରାଓ, ଦେବେନ୍ଦ୍ର କୁମାର ସାହୁ, ଅଜୟ କୁମାର ମଲ୍ଲିକ, ନାରାୟଣ ପ୍ରସାଦ ଦାସ, କମଲେଶ କୁମାର, କାହ୍ନୁ ଚରଣ ଓଝା, ଧନେଶ୍ବର ଜେନା ଓ ଦୀପକ କୁମାର ସେଠୀ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଅନ୍ୟ ସଦସ୍ୟମାନେ ମଧ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ଇଷ୍ଟକୋ‌ଷ୍ଟ ରେଲୱେ ଶ୍ରମିକ କଂଗ୍ରେସ, ମଞ୍ଚେଶ୍ବର ଶାଖାର ସଂପାଦକ କ୍ଷୀରୋଦ କୁମାର ସେନାପତି ଅତିଥି ଭାବରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। କେନ୍ଦ୍ରୀୟ ରେଡକ୍ରସ୍‌ ରକ୍ତକେନ୍ଦ୍ର ପକ୍ଷରୁ ଡାକ୍ତର ଅଭୟ କୁମାର ପାତ୍ର ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସୌମ୍ୟରଂଜନ ବେହେରା, ମୃତ୍ୟୁଞ୍ଜୟ ବେଜ, ଅବିନାଶ ଦାଶ, ଭାଗ୍ୟଶ୍ରୀ ସାସମଲ ଓ ରଚନା ବେହେରା ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶା ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe