ପ୍ରିୟଦର୍ଶିନୀ କ୍ଲବ ତରଫରୁ ରକ୍ତଦାନ ଶିବିର

ପ୍ରିୟଦର୍ଶିନୀ କ୍ଲବ ତରଫରୁ ରକ୍ତଦାନ ଶିବିର

ବାଲିପାଟଣା: ଉତ୍କଳ ଦିବସ ଅବସରରେ ବାଲିପାଟଣା ବ୍ଲକ ଭାକରସାହି ପ୍ରିୟଦର୍ଶିନୀ କ୍ଲବ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ-ଆମ ଓଡ଼ିଶା ଓ ପ୍ରିୟଦର୍ଶିନୀ କ୍ଲବ ମିଳିତ ଆନୁକୂଲ୍ୟରେ ଭାକରସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରୁ ୩୬ ୟୁନିଟ ରକ୍ତ ସଂଗ୍ରହ ହୋଇଛି।

ଉକ୍ତ କାର୍ଯ୍ୟକ୍ରମରେ ଆମ ଓଡ଼ିଶାର ସମ୍ପାଦକ ସ୍ୱରାଜ ମିଶ୍ର, ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀ ଓ ସଂଗ୍ରାମ କେଶରୀ ସାମନ୍ତରାୟ ଯୋଗ ଦେଇଥିଲେ। ପ୍ରିୟଦର୍ଶିନୀ କ୍ଲବ ସଭାପତି ଗୌତମ ଚରଣ ପ୍ରହରାଜ, ସମ୍ପାଦକ ଅରବିନ୍ଦ ସାହୁ, ଚିନ୍ମୟ ସାହୁ, ସ୍ୱାଧୀନ ସଂଗ୍ରାମ ସାହୁ, ମନୋଜ ସାହୁ ଶିବିର ପରିଚାଳନା କରିଥିଲେ। ସ୍ୱାଭିମାନ ସାହୁ, ଅନିଲ ସାହୁ, ଆଲୋକ ସାହୁ, ସୁଦର୍ଶନ ସାହୁ, କାହ୍ନୁ ଚରଣ ପ୍ରହରାଜ, ପ୍ରତୀକ ସାହୁ, ସୂର୍ଯ୍ୟକାନ୍ତ ସାହୁ, ସୋମନାଥ ସାହୁ, ଲକ୍ଷ୍ମୀଧର ବେହେରା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe