ୱିସ୍‌ ପକ୍ଷରୁ ରକ୍ତଦାନ ଶିବିର

ୱିସ୍‌ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ବର: ୱିସ୍ ଅନୁଷ୍ଠାନ ତରଫରୁ ଆଜି ବମିଖାଲ ଦୁର୍ଗାପୂଜା ମଣ୍ଡପ ନିକଟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଦୁର୍ଗାପୂଜା କମିଟିର ପୂର୍ବତନ ସଭାପତି ପର୍ଶୁରାମ ଜେନାଙ୍କ ସ୍ମୁତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇଥିଲେ। କର୍ପୋରେଟର୍‌ ରାଜା ମହାପାତ୍ର ମଧ୍ୟ ଏଥିରେ ଉପସ୍ଥିତ ଥିଲେ।

ୱିସ୍ ଅନୁଷ୍ଠାନର ଅଧ୍ୟକ୍ଷା ଅନୁସୃତା ସିଂହଦେଓ, ସୌଭାଗ୍ୟବତୀ ମହାପାତ୍ର, ପ୍ରତୀମାରାଣୀ ମିଶ୍ର ଷଡ଼ଙ୍ଗୀ, ଦୀପା ମହାନ୍ତି, ସାରସ୍ୱତ ସମାଜର ସମ୍ପାଦକ ସରୋଜ ରଞ୍ଜନ ପଟ୍ଟନାୟକ, ଓୟୁଡି ସାମ୍ବାଦିକ ସଂଘର ମହିଳା ସଭାନେତ୍ରୀ ରୀନା ଗଡ଼ନାୟକ ଓ ସମାଜସେବୀ ଶୁଭ୍ରା ନନ୍ଦ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବମିଖାଲ ଦୁର୍ଗାପୂଜା କମିଟିର କର୍ମକର୍ତ୍ତା ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe