ସ୍ବାଭିମାନ ଦିବସରେ ‘ସମ୍ବାଦ ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଶିବିର

Advertisment
ସ୍ବାଭିମାନ ଦିବସରେ ‘ସମ୍ବାଦ ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ବର: ଉତ୍କଳ ଗୌରବ ମଧୁସୂଧନ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ‘ସମ୍ବାଦ ଆମ ଓଡ଼ିଶା’ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରରୁ ୨୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ଏହି ସ୍ବାଭିମାନ ଦିବସ ପାଳନ ଅବସରରେ ରକ୍ତଦାତାମାନେ ଉତ୍ସାହର ସହ ରକ୍ତଦାନ କରିଥିଲେ। ୟୁନିଟ୍-୩ସ୍ଥିତ ଆମ ଓଡ଼ିଶା କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ‘ପୌରୁଷ’ର ସମ୍ପାଦକ ଅସିତ୍ କୁମାର ମହାନ୍ତି ଉପସ୍ଥିତ ଥିଲେ। ‘ଆମ ଓଡ଼ିଶା’ ସଂପାଦକ ସ୍ବରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ଭୁବନେଶ୍ବର ୟୁଥ୍ ଭଏସ୍‌ର ସଭାପତି ତଥା ଆଇନଜୀବୀ ଚିତ୍ତରଂଜନ ଦାଶ ଓ ସ୍ବେଚ୍ଛାସେବୀ ଆଶିଷ କୁମାର ରାଉତ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ‘ଆମ ଓଡ଼ିଶା’ ରକ୍ତଦାନ ଶିବିର ସଂଯୋଜକ ପ୍ରଭଂଜନ ପାଣିଗ୍ରାହୀ, ସୁବ୍ରତ ବଳ, ଲଳିତ୍ କୁମାର ରାଉତ ଓ ବ୍ରଜକିଶୋର ଦାଶ। ବିଏମ୍‌ସି ହସ୍ପିଟାଲ ରକ୍ତଭଣ୍ଡାର ପକ୍ଷରୁ କୈବଲ୍ୟ ପ୍ରଧାନ, ଲିପକୁ କୁମାର ରାଉତ, ସଂଘମିତ୍ରା ସ୍ବାଇଁ ଓ ପ୍ରକାଶ ଚନ୍ଦ୍ର ବରାଳ ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe