ଭିଏସ୍ଏସ୍ ନଗରରେ ରକ୍ତଦାନ ଶିବିର, ୫୦ ୟୁନିଟ୍‌ ସଂଗୃହୀତ

ଭିଏସ୍ଏସ୍ ନଗରରେ ରକ୍ତଦାନ ଶିବିର, ୫୦ ୟୁନିଟ୍‌ ସଂଗୃହୀତ

ଭୁବନେଶ୍ବର: ସ୍ଥାନୀୟ ଭିଏସ୍ଏସ୍ ନଗରସ୍ଥିତ ଦୁର୍ଗାପୂଜା ମଣ୍ଡପଠାରେ ସାର୍ବଜନୀନ ଦୁର୍ଗାପୂଜା ସମିତି, ‘ସମ୍ବାଦ-ଆମ ଓଡ଼ିଶା’ ଓ କମିସନରେଟ୍ ପୁଲିସ୍‌ର ରେଡକ୍ରସ୍‌ ୟୁନିଟ୍‌ ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରୁ ୫୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। କମିସନରେଟ୍ ପୁଲିସ୍‌ ରେଡକ୍ରସ୍‌ ୟୁନିଟ୍‌ର ଯୁଗ୍ମ ସମ୍ପାଦକ ଏସିପି ଲଳିତେନ୍ଦୁ ମହାନ୍ତି, ରାଜ୍ୟ ରକ୍ତ ସଂଚାରଣ ପରିଷଦର ଉପନିର୍ଦ୍ଦେଶକ ସ୍ବରୂପ ରଂଜନ ଦାଶ, କ୍ୟାପିଟାଲ ରକ୍ତଭଣ୍ଡାରର ଅଧିକାରୀ ଡାକ୍ତର ଦେବାଶିଷ ମିଶ୍ର, ପୂର୍ବତନ କ‌ର୍ପୋରେଟର୍‌ ରଶ୍ମିତା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। କମିସନରେଟ୍‌ ପୁଲିସ୍‌ ରେଡକ୍ରସ୍‌ ୟୁନିଟ୍‌ର କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ତଥା ଭିଏସ୍‌ଏସ୍‌ନଗର ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମା ଶିବିର ପରିଚାଳନା କରିଥିଲେ।

ରେଡକ୍ରସ୍‌ର ଆଜୀବନ ସଦସ୍ୟ ପ୍ରସନ୍ନ ରଥ, ମମତା ପାଢ଼ୀ, ଶଶି ପଲାଇ, ଦୁର୍ଗାପୂଜା ସମିତିର ସଭାପତି ଆର୍ତ୍ତତ୍ରାଣ ଦଳାଇ, ଉପସଭାପତି ପ୍ରତାପ କୁମାର ନନ୍ଦ, ଯୁଗ୍ମ ସମ୍ପାଦକ ମହେଶ୍ବର ବିଶ୍ବାଳ, ଅଜୟ କାନୁନ୍‌ଗୋ, ରାମଚନ୍ଦ୍ର ସାମଲ, ନବୀନ କିଶୋର ଭୁକ୍ତା, ନଳିନୀ କୁମାର ମହାନ୍ତି, ମନୋଜ ସାହୁ, ସଞ୍ଜୟ ସ୍ବାଇଁ, ଧୀରେନ୍ଦ୍ର ମହାନ୍ତି, ଖଗେଶ୍ବର ପରିଡ଼ା, ଧୀରେନ୍ଦ୍ରନାଥ ଦାଶ, ସୁରେନ୍ଦ୍ର ମଲ୍ଲିକ, ନିତ୍ୟରଞ୍ଜନ ନନ୍ଦ, ସମରଞ୍ଜନ ମହାନ୍ତି, ଅଜୟ ଜେନା, ଜ୍ଞାନରଞ୍ଜନ ବେହେରା, ବିଶ୍ବଜିତ ବେହେରା ଓ ନିରଞ୍ଜନ ବେହେରା ପରିଚାଳନା କାର୍ଯ୍ୟରେ ସହ‌େଯାଗ କରିଥିଲେ। ସମିତିର ସଦସ୍ୟ ତଥା ସ୍ଥାନୀୟ ରକ୍ତଦାତାମାନେ ଶିବିରରେ ରକ୍ତଦାନ କରିଥିଲେ। କ୍ୟାପିଟାଲ ରକ୍ତଭଣ୍ଡାରର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe