ଜୟଦେବବିହାର ସରସ୍ବତୀ ଶିଶୁମନ୍ଦିରରେ ରକ୍ତଦାନ ଶିବିର, ୩୭ ୟୁନିଟ୍ ରକ୍ତ ସଂଗୃହୀତ

ଜୟଦେବବିହାର ସରସ୍ବତୀ ଶିଶୁମନ୍ଦିରରେ ରକ୍ତଦାନ ଶିବିର, ୩୭ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ବର: ସ୍ଥାନୀୟ ଜୟଦେବ ବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳନ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ପୂର୍ବ ଛାତ୍ର ପରିଷଦ ଓ ସମ୍ବାଦ-ଆମ ଓଡ଼ିଶାର ସହଯୋଗରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ଏହି ଶିବିରରେ ବିଦ୍ୟାଳୟର ପରିଚାଳନା ସମିତିର ସଂପାଦକ ବାଣୀବ୍ରଜ ତ୍ରିପାଠୀ, ଯୁଗ୍ମ-ସଂପାଦକ ଶାନ୍ତି ବେହେରା, ପ୍ରଧାନ ଆଚାର୍ଯ୍ୟ ନିଶାନ କୁମାର ବିଶ୍ବାଳ ଓ ବରିଷ୍ଠ ଆଚାର୍ଯ୍ୟ ଯୁଧିଷ୍ଠିର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। କାଳନ୍ଦୀ ରାଉତରାୟ, ଶୁଭଶ୍ରୀ ସ୍ବାଇଁ, ରୋଜାଲିନ୍‌ ନାଥ, ଲିଲି ପ୍ରଧାନ ଓ ପବିତ୍ର ପଣ୍ଡା ପ୍ରମୁଖ ଶିବିର ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଓ ସହକର୍ମୀମାନେ ପରିଚାଳନାରେ ସହାୟତା କରିଥିଲେ। ବିଦ୍ୟାଳୟର ସହକର୍ମୀ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସମେତ ମୋଟ ୩୭ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ। ମ୍ୟୁନିସିପାଲିଟି ରକ୍ତଭଣ୍ଡାର ଅଧିକାରୀ ଡାକ୍ତର କଲ୍ୟାଣ କୁମାର ସରକାର, ଲିପକ କୁମାର ପାତ୍ର, ସସ୍ମିତା ପାଣି, ଦେବରାଜ ସାହୁ, ବିଷ୍ଣୁ ସ୍ବାଇଁ ଓ ରାମଚନ୍ଦ୍ର ବେହେରା ରକ୍ତସଂଗ୍ରହ କାର୍ଯ୍ୟ ସଂପାଦନ କରିଥିଲେ। ଆମ ଓଡ଼ିଶା ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe