ଭୁବନେଶ୍ୱର: ଏସ୍ ଏସ୍ ଟ୍ରଷ୍ଟର ତୃତୀୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସ୍ଥାନୀୟ ଡୁମୁଡୁମାସ୍ଥିତ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇ ୩୪ ଯୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କର୍ପୋରେଟର୍ ମୁଜାହିଦ୍ ହୁସେନ୍, ଅଶ୍ୱିନୀ ସୁନ୍ଦରାୟ, ସମାଜସେବୀ ବଳରାମ ସ୍ୱାଇଁ, ଯୁବ କଂଗ୍ରେସ ନେତା ଅମିର୍ ମହମ୍ମଦ ଓ ସୟଦ ତଫିକ୍ ଅଲ୍ଲୀ ଯୋଗଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଶିବାନ୍ ମୁଶରଫ, ସଭାପତି ସୁନିଲ ମହାରଣା, ଉପସଭାପତି ଜିକରା ମହମ୍ମଦ, ସାମ୍ବାଦିକ ମନୋଜ ମହାନ୍ତି, ଇଞ୍ଜମାମ୍, ମାହିର, ରଘୁନାଥ, ଜୁବିନା, ଦେବାଶିଷ, ଅମଜାଦ ଓ ସୋଫିଆ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ସୀମାଞ୍ଚଳ, ରୁଦ୍ର, ଜାହିଦ୍, ମାଳତୀ, କାଶୀମ୍, ବାବୁ, କାଳିଆ, ସାନ୍ତନୁ, କୁନା ଓ ହିରୋ ରକ୍ତଦାନ କରିବା ସହିତ ପରିଚାଳନା କାର୍ଯ୍ୟରେ ସହାୟତା କରିଥିଲେ। ମୁନିସିପାଲିଟି ରକ୍ତଭଣ୍ଡାରର ସହକର୍ମୀମାନେ ଏହି ଶିବିରରୁ ରକ୍ତସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ କର୍ମକର୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us