ବାଲିପାଟଣା: ବାଲିପାଟଣା ବ୍ଲକ ଅନ୍ତର୍ଗତ ମୁକୁନ୍ଦଦାଶପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁକୁନ୍ଦଦାଶପୁରର ଶେହେଜାଦ୍ ଉଦ୍ଦିନ୍ ଅହମ୍ମଦ(ରାଜା)ନାମକ ଜଣେ ଯୁବକ ଏକାକୀ ଶିବିରଟିକୁ ଆୟୋଜନ କରିଥିଲେ। ଶେହେଜାଦ୍ଙ୍କ ଉତ୍ସାହକୁ ସମ୍ମାନ ଜଣାଇ ସମ୍ବାଦ-ଆମ ଓଡ଼ିଶା ତାଙ୍କୁ ସହଯୋଗର ହାତ ବଢ଼ାଇଥିଲା। ଏହି ରକ୍ତଦାନ ଶିବିରରୁ ମୋଟ ୧୨ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ସେଥିରୁ ୧୧ଜଣ ରକ୍ତଦାତା ଜୀବନରେ ପ୍ରଥମଥର କରି ରକ୍ତଦାନ କରିଥିଲେ। ସାଢ଼େ ଦଶଟାରୁ ଶିବିରଟି ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା। ସ୍ଥାନୀୟ ସରପଞ୍ଚ ରୀନା ବେହେରା ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ତମନା ପରବିନ୍, କରିସ୍ମା ନିଶା ଓ ଅପସାନା ବିବି ପ୍ରମୁଖ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସଂସ୍କରଣ ଆମ ଓଡ଼ିଶା ସଂଯୋଜକ ସଂଗ୍ରାମ ସାମନ୍ତରାୟ, ଖୋର୍ଧା ବ୍ଲଡ୍ ବ୍ୟାଙ୍କର ଡାକ୍ତର ଶ୍ୟାମ ପ୍ରସାଦ ପାଣିଗ୍ରାହୀ, ଅରୁଣ କୁମାର ସାହୁ ଓ ଅନିରୁଦ୍ଧ ସ୍ୱାଇଁ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ରକ୍ତଦାତାମାନେ ହେଲେ, ଦିଲ୍ଲୀପ କୁମାର ନାୟକ, ସାମସ୍ ତବରାଜ ଅହମ୍ମଦ, ଶ୍ରୀକାନ୍ତ କୁମାର ପ୍ରଧାନ, ଅବଦୁଲ୍ଲ ମୁସ୍ତାକିନ୍ ଖାନ୍, ମହମ୍ମଦ ଆଜମଲ ଆରିଫ, ଅଭିଜିତ ପଣ୍ଡା, ମହମ୍ମଦ ଜାଭେଦ ହୁସେନ୍, ସୁକାନ୍ତ କୁମାର ପଲାଇ, ଏସ୍.କେ ମୁରସିଦ୍, ବବୁଲ ମୁଦୁଲି, ବିଶ୍ୱଜିତ୍ ପାତ୍ର ଓ ସୟଦ୍ ରିହାନ୍ ଅଲ୍ଲୀ ପ୍ରମୁଖ।
ମୁକୁନ୍ଦଦାଶପୁରରେ ‘ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଶିବିର
Advertisment
Follow Us