ବାଲିପାଟଣା: ତୁଳସୀ କଲ୍ୟାଣ ମଣ୍ଡପରେ ଆଜି ‘ଆମ ଓଡ଼ିଶା’ ଏବଂ ବାଲିପାଟଣା ଖବରକାଗଜ ବିକ୍ରେତା ସଂଘ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରରୁ ୩୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ନ୍ୟୁୟର୍କର ଅବସରପ୍ରାପ୍ତ ମଧୁମେହ ବିଶେଷଜ୍ଞ ଡା. ପ୍ରିୟଦର୍ଶିନୀ ମହାନ୍ତି ଏବଂ ତାଙ୍କ ସ୍ୱାମୀ ବାୟୁସେନାର ଅବସରପ୍ରାପ୍ତ ୱିଙ୍ଗ୍ କମାଣ୍ଡର ଅନୁଗ୍ରହ ନାରାୟଣ ପଟ୍ଟନାୟକ ଅନୁଷ୍ଠାନିକ ଭାବେ ଶିବିରକୁ ଉଦ୍ଘାଟନ କରିଥିଲେ। ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ଏଥିରେ ଯୋଗଦେଇ ପ୍ରତି ପଞ୍ଚାୟତରେ ଏଭଳି ରକ୍ତଦାନ ଶିବିର କରିବାକୁ ଯୁବପିଢ଼ିଙ୍କୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ‘ଆମ ଓଡ଼ିଶା’ର ସଂଗ୍ରାମ କେଶରୀ ସାମନ୍ତରାୟ, ଆଇୱାଇଡବ୍ଲ୍ୟୁର ଶିବପ୍ରସାଦ ପାଟ୍ଟଯୋଶୀ, ରମାକାନ୍ତ ପଣ୍ଡା, ବ୍ରଜରାଜ ଜେନା, ବିଜେଡି ବ୍ଲକ ସଭାପତି, ପ୍ରତାପ କେଶରୀ ନାୟକ, ବ୍ଲକ ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁ, ବାବୁ ମଲ୍ଲିକ, ଦୀପ୍ତିମାନ ପୃଷ୍ଟି, ଅଜିତ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ। ଖବର କାଗଜ ବିକ୍ରେତା ସଂଘର ରଂଜନ ମିଶ୍ର, ରାମଚନ୍ଦ୍ର ମିଶ୍ର, କବିରାଜ ଭୋଇ, ମାଧବ ଭୋଇ, କାଳିଆ ଦାସ, ଗୁଣନିଧି ଭୋଇ, ପିଣ୍ଟୁନା ସେଠୀ, ପୂର୍ଣ୍ଣ ଦାଶ, ସରୋଜ ସାବୁତ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ବାଲିପାଟଣା ଖବରକାଗଜ ବିକ୍ରେତା ସଂଘର ରକ୍ତଦାନ ଶିବିର
Advertisment
Follow Us