ଭୁବନେଶ୍ୱର: ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ର ପ୍ରତିଷ୍ଠାତା ସଂପାଦକ ସ୍ୱର୍ଗତ ଅଟଳ ବିହାରୀ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ସ୍ଥାନୀୟ ୟୁନିଟ-୪ସ୍ଥିତ ଅଟଳ ଭବନଠାରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୨୫ୟୁନିଟ ରକ୍ତ ସଂଗୃହୀତ ହୋଇଛି। ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ମେୟର ଅନନ୍ତ ନାରାୟଣ ଜେନା, କର୍ପୋରେଟର୍ ନରେନ ସାହୁ, ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ବାବୁ ସିଂହ ଓ କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଭୁବନେଶ୍ୱର କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ର ଭୁବନେଶ୍ୱର ସଭାପତିି ଜ୍ଞାନରଞ୍ଜନ ମହାନ୍ତି, ଖୋର୍ଦ୍ଧା ଜିଲ୍ଲା ସଭାପତି ଗିରିଜା ପ୍ରସାଦ ରଥ, ସଂପାଦକ ପ୍ରତାପ ଜେନା, ରିଟେଲ ଫୋରମ ସଭାପତି ପ୍ରଗତି ରଞ୍ଜନ ମହାନ୍ତି ଓ ସଂଯୋଜକ ମଧୁରାମ ପ୍ରମୁଖ ରକ୍ତଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। କ୍ୟାପିଟାଲ ହସ୍ପିଟାଲ ଓ ମ୍ୟୁନିସିପାଲିିଟି ରକ୍ତଭଣ୍ଡାରର ସହକର୍ମୀମାନେ ଏହି ଶିବିରରୁ ରକ୍ତ ସଂଗ୍ରହ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us