ରକ୍ତଦାନ ଈଶ୍ୱରଙ୍କ ଆଦେଶ

Advertisment

ଦିଲ୍ଲୀପ ରାୟଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର

ଦିଲ୍ଲୀପ ରାୟଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର

ରକ୍ତଦାନ ଈଶ୍ୱରଙ୍କ ଆଦେଶ

ଖଣ୍ଡଗିରି: ରକ୍ତଦାନ ଈଶ୍ୱରଙ୍କ ଏକ ଆଦେଶ। ଜଣେ ଅସୁସ୍ଥ ଲୋକ ପାଇଁ ରକ୍ତଦାନ କରିବାକୁ ଭଗବାନ ସମସ୍ତ ସୁସ୍ଥ ଲୋକମାନଙ୍କୁ ନିର୍ଦେଶ ଦେଇଥାଆନ୍ତି। ଏହି ଦାନ ଦ୍ୱାରା ଭଗବାନଙ୍କ ସାନ୍ନିଧ୍ୟ ଲାଭ କରିବାର ସୁଯୋଗ ମିଳିଥାଏ। ଆଜି ବରିଷ୍ଠ ବିଜେପି ନେତା ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ଜନ୍ମଦିନ ଅବସରରେ ଖଣ୍ଡଗିରି ଜାଗମରା ମା ଖଣ୍ଡୁଆଳ ୟୁଥ୍‌ ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ଏକ ରକ୍ତଦାନ ଶିବିରରେ ଅତିଥିଭାବେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ ଏହା କହିଛନ୍ତି।
ୟୁଥ୍‌ ଆସୋସିଏସନ୍‌ ଓ ଆମ ଓଡ଼ିଶାର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରେ ଖଣ୍ଡୁଆଳ ଯୁବ ସଂଗଠନର ୫୩ ଜଣ ସଦସ୍ୟ ରକ୍ତଦାନ କରିଥିଲେ। ବିଧାୟକ ଶ୍ରୀ ରାୟ ରକ୍ତଦାତା ଯୁବକମାନଙ୍କୁ ଉତ୍ସାହିତ କରିଥିବାବେଳେ ଅତିଥି ଶ୍ରୀ ପଟ୍ଟନାୟକ ସଫଳ ବ୍ୟକ୍ତିତ୍ୱ ଶ୍ରୀ ରାୟଙ୍କ ପ୍ରେରଣା ଯୁବଶକ୍ତିର ପାଥେୟ ହେଉ ବୋଲି କହିଥିଲେ। ଏହି ଅବସରରେ ସ୍ଥାନୀୟ କର୍ପୋରେଟର ରଘୁନାଥ ମହାନ୍ତି, ଇଷ୍ଟର୍ଣ ଏଣ୍ଟରଟେନ୍‌ମେଣ୍ଟର ବିନୋଦ ପଣ୍ଡା, ଆମ ଓଡ଼ିଶାର ସମ୍ପାଦକ ସ୍ୱରାଜ ମିଶ୍ର, ଖଣ୍ଡୁଆଳ ଆସୋସିଏସନ୍‌ର ସଭାପତି ଦୁର୍ଗାପ୍ରସାଦ ମହାନ୍ତି (ରାଜା), ସମାଜସେବୀ ସୁଶୀଲ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ସମରେନ୍ଦ୍ର ସାହୁ, ସନ୍ତୋଷ ଉପାଧ୍ୟାୟ, ଅମୂଲ୍ୟ ଉପାଧ୍ୟାୟ, ଦାମୋଦର ସ୍ୱାଇଁ ଶିବିର ପରିଚାଳନା କରିଥିଲେ। ବୁଲୁ ମୁଦୁଲି, ରାଜୀବ ଜେନା, ଚିନ୍ମୟ ଜେନା, ସୁଶାନ୍ତ ଦାସ, ପ୍ରକାଶ ପ୍ରଧାନ, ସୁଶାନ୍ତ ସାହୁ, ପ୍ରମୋଦ ଜେନା, ଶ୍ରୀକାନ୍ତ ରାଉତ, ଜ୍ଞାନରଂଜନ ସ୍ୱାଇଁ, ମହେନ୍ଦ୍ର ଜେନା, ଜଳଧର ରାଉତ ପ୍ରମୁଖ ବିଶେଷ ସହଯୋଗ କରିଥିଲେ। କ୍ୟାପିଟାଲ ହସ୍ପିଟାଲର ରକ୍ତଭଣ୍ଡାର ଅଧିକାର ଡ. ଦେବାଶିଷ ମିଶ୍ରଓ ତାଙ୍କ ସହକର୍ମୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe