ଡେଙ୍ଗୁକୁ ନେଇ ତତ୍ପର ବିଏମ୍‌ସି ବୁଲିଲା ସଚେତନତା ଗାଡ଼ି

Advertisment
ଡେଙ୍ଗୁକୁ ନେଇ ତତ୍ପର ବିଏମ୍‌ସି ବୁଲିଲା ସଚେତନତା ଗାଡ଼ି

ଭୁବନେଶ୍ବର: ଡେଙ୍ଗୁକୁ ନେଇ ତତ୍ପର ହୋଇଛି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)। ରାଜଧାନୀବାସୀଙ୍କୁ ସଚେତନ କରାଇବା ପାଇଁ ଆଜି ସ୍ବତନ୍ତ୍ର ଗାଡ଼ି ସହର ପରିକ୍ରମା କରିବା ସହ ୫ଶହରୁ ଊର୍ଦ୍ଧ୍ବ ଆଶା ଓ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ସଚେତନ କରୁଛନ୍ତି। ଛାତ ଉପରେ ଫୁଲକୁଣ୍ଡ କିମ୍ବା ଅନ୍ୟ କୌଣସି ଜାଗାରେ ଜମି ରହୁଥିବା ପାଣି ସଫା କରିବା, ବର୍ଷା ପାଣି ଜମା ହୋଇ ରହିବା ଭଳି ଜାଗା ନ ରଖିବା, ଅନ୍ତତଃ ନିଜ ଚାରିପାଖେ ମଶା ସୃଷ୍ଟି ହେଉଥିବା ଉତ୍ସ ନ ରଖିବା ପାଇଁ ସଚେତନ କରାଯାଇଛି।

ତା’ ସହିତ କେହି ଯଦି ଜ୍ବର କିମ୍ବା ଅନ୍ୟ କୌଣସି ରୋଗରେ ପଡ଼ିଛନ୍ତି କି ନାହିଁ ତାହା ମଧ୍ୟ ରେକର୍ଡ କରାଯାଉଛି। ଯେଉଁଠି ମଶାଙ୍କ ଉତ୍ପତ୍ତି ସ୍ଥଳ ବୋଲି ସନ୍ଦେହ ହୋଇଛି ସେ ସବୁ ଜାଗାରେ ଔଷଧ ସ୍ପ୍ରେ କରାଯାଇଥିବା ବିଏମ୍‌ସି ସୂଚନା ଦେଇଛି। ଉଲ୍ଲେଖଯୋଗ୍ୟ, ଆଜି ସୁଦ୍ଧା ୩୩୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ୧୦୨୯ ମଶା ଉତ୍ପତ୍ତିସ୍ଥଳ ନଷ୍ଟ କରାଯାଇଥିବା ବେଳେ ୪୫୧ ଜାଗାରୁ ଲାର୍ଭା ମିଳିଛି। ପ୍ରାୟ ୫ ହଜାର ଲୋକଙ୍କ ଘରେ ପହଞ୍ଚି ବିଏମ୍‌ସି ସଚେତନ କରାଇଛି। ଆଗକୁ ଏହି ସେଚତନତା ଜାରି ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe