ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ, ସୋସିଆଲ୍‌ ମିଡିଆରେ ସକ୍ରିୟ କଲା ବିଏମ୍‌ସି

Advertisment
କରୋନା ମୁକାବିଲା : ହାତ ନ ଧୋଇଲେ ବିଏମ୍‌ସି ଅଫିସ୍‌ ମନା

telegraphindia.com

ଭୁବନେଶ୍ବର: ନିର୍ଦିଷ୍ଟ ମାନଦଣ୍ଡ ଭିତ୍ତିରେ ଲୋକଙ୍କୁ ନିଜ ଜାଗା ଉପରେ ପକ୍କାଘର ଯୋଗାଇ ଦେବା ଉଦ୍ଦେଶ୍ୟରେ ଚାଲିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ସୋସିଆଲ୍‌ ମିଡିଆ ଅଭିଯାନ ଆରମ୍ଭ କରିଛି। ପୋଷ୍ଟର ଓ ହୋର୍ଡିଂ ସମେତ ୟୁ-ଟ୍ୟୁବ୍‌, ଟ୍ବିଟର, ଫେସ୍‌ବୁକ୍‌ରେ ଏହି ଯୋଜନାକୁ ଆହୁରି ତୀବ୍ର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ବର୍ତମାନ ସୁଦ୍ଧା ପ୍ରଶାସନ ଜରିଆରେ ଭୁବନେଶ୍ବରରେ ୨୭୨ ପିଏମ୍‌ଏୱାଇ ଘର ସମ୍ପୂର୍ଣ୍ଣ ହୋଇସାରିଛି। ୧୦୯୩ଟି ଘର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିମଧ୍ୟରୁ ୪୨୧ଟି ଘର ଛାତ ସ୍ତରରେ ରହିଛି, ୧୨୧ଟି ଘର ପ୍ଲିନ୍ଥ ସ୍ତରରେ ଏବଂ ୧୩୭ଟି ଘର ଫାଉଣ୍ଡେସନ୍‌ ଲେବୁଲ୍‌ରେ ରହିଛି। ଏହାବାଦ୍‌ ୪୧୪ଟି ଘର ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି।

ପିଏମ୍‌ଏୱାଇର ଗାଇଡ୍‌ଲାଇନ୍‌ ମୁତାବକ ଜଣେ ବ୍ୟକ୍ତିର ୨୫ରୁ ୩୦ ବର୍ଗ ମିଟର ଜାଗା ଥିଲେ ସେ ଏହି ପକ୍କାଘର ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବ। ଏହାବ୍ୟତୀତ ପ୍ରମାଣ ଭାବେ ଅନ୍ୟ ପ୍ରମାଣପତ୍ର ମଧ୍ୟ ଦାଖଲ କରିବାକୁ ପଡ଼ିବ। ଏହାଛଡ଼ା ପରିବାରର ବାର୍ଷିକ ଆୟ ୨ଲକ୍ଷ ୧୬ ହଜାର ଭିତରେ ସୀମିତ ଥିବ। ପ୍ରଶାସନ ପାଖରେ ମହଜୁଦ ଥିବା ୫ରୁ ୧୦ଟି ମଡେଲ୍‌କୁ ଜଣେ ଆବେଦନକାରୀ ନିଜ ଜାଗାରେ ପକ୍କାଗୃହ ନିର୍ମାଣ ପାଇଁ ଏହି ଯୋଜନାରେ ବାଛି ପାରିବ। ଜଣେ କାର୍ଯ୍ୟାଦେଶ ପାଇବାର ୯୦ଦିନ ମଧ୍ୟରେ ଘରର ନିର୍ମାଣ କାର୍ଯ୍ୟ ପ୍ଲିନ୍‌ଥ ସ୍ତର ପର୍ଯ୍ୟନ୍ତ ଉଠାଇଥିବା ଆବଶ୍ୟକ। ଯଦି ସବୁ ଠିକ୍‌ ଚାଲେ ତେବେ ଜଣେ ୬ରୁ ୧୨ ମାସ ମଧ୍ୟରେ ନିଜର ଘର ସମ୍ପୂର୍ଣ୍ଣ କରିପାରିବ। ଜଣେ ଏଥିପାଇଁ ୪ଟା କିସ୍ତିରେ ୨ଲକ୍ଷ ଟଙ୍କାର ସହାୟତା ପାଇପାରିବ। ପ୍ରଥମ କିସ୍ତିରେ ଖୋଳା ହେବା ପରେ ୪୦ ହଜାର, ଦ୍ବିତୀୟ କିସ୍ତିରେ ୬୦ ହଜାର, ତୃତୀୟ କିସ୍ତିରେ ୬୦ ହଜାର ଏବଂ ଟଏଲେଟ୍‌, ଘର ପ୍ଲାଷ୍ଟର, ପାଣି ଓ ବିଦ୍ୟୁତ ଯୋଗାଣ ପରେ ବାକି ୪୦ ହଜାର ଟଙ୍କା ମିଳିବାର ବ୍ୟବସ୍ଥା ରହିଛି। ଯଦି କୌଣସି ବ୍ୟକ୍ତି ଏହି ଟଙ୍କାକୁ ଘର ତୋଳିବାରେ ନ ଲଗାଇଥିବା ଜଣାପଡ଼େ ତେବେ ତା’ର କାର୍ଯ୍ୟାଦେଶ ବାତିଲ୍‌ କରାଯିବାର ବ୍ୟବସ୍ଥା ରହିଛି। ଏଥିପାଇଁ ସିଟି ଲେବଲ୍ ଟେକ୍ନିକାଲ୍‌ କମିଟି (ସିଏଲ୍‌ଟିସି) ପକ୍ଷରୁ ସବିଶେଷ ସୂଚନା ସମ୍ବନ୍ଧୀୟ ଲିଫ୍‌ଲେଟ୍‌ ଛପା ଯାଇଛି। ଖାଲି ସେତିକି ନୁହେଁ, ଯେଉଁମାନେ ଘର ଶୀଘ୍ର ସାରିବେ, ସେମାନଙ୍କ ପାଇଁ ପୁରସ୍କାର ସ୍ବରୂପ ଅଧିକ ପ୍ରୋତ୍ସାହନ ରାଶି ପ୍ରଦାନର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe