ବିଏମ୍‌ସି ଅତିରିକ୍ତ କମିସନର୍‌ଙ୍କୁ ଆକ୍ରମଣ ମାମଲା: ଜେଲ୍‌ରୁ ବାହାରିଲେ ୫ ଅଭିଯୁକ୍ତ, ପଟୁଆର କରି ପାଛୋଟିନେଲେ କର୍ପୋରେଟର୍‌ଙ୍କ ସମର୍ଥକ

Advertisment

ବିଏମ୍‌ସି କାର୍ଯ୍ୟାଳୟରେ ଅତିରିକ୍ତ କମିସନର୍‌ ରତ୍ନାକର ସାହୁଙ୍କୁ ଆକ୍ରମଣ କରି ଗିରଫ ହୋଇଥିବା ବିଜେପି କର୍ପୋରେଟର ଅପରୂପ ନାରାୟଣ ରାଉତ ଓରଫ ଜୀବନଙ୍କ ସମେତ ୫ଅଭିଯୁକ୍ତଙ୍କୁ ଆଜି ସର୍ତ୍ତମୂଳକ ଜାମିନ ମିଳିଛି।

ବିଏମ୍‌ସି କାର୍ଯ୍ୟାଳୟରେ ଅତିରିକ୍ତ କମିସନର୍‌ ରତ୍ନାକର ସାହୁଙ୍କୁ ଆକ୍ରମଣ କରି ଗିରଫ ହୋଇଥିବା ବିଜେପି କର୍ପୋରେଟର ଅପରୂପ ନାରାୟଣ ରାଉତ ଓରଫ ଜୀବନଙ୍କ ସମେତ ୫ଅଭିଯୁକ୍ତଙ୍କୁ ଆଜି ସର୍ତ୍ତମୂଳକ ଜାମିନ ମିଳିଛି।

fsfshhfsxbv

ଭୁବନେଶ୍ବର: ବିଏମ୍‌ସି କାର୍ଯ୍ୟାଳୟରେ ଅତିରିକ୍ତ କମିସନର୍‌ ରତ୍ନାକର ସାହୁଙ୍କୁ ଆକ୍ରମଣ କରି ଗିରଫ ହୋଇଥିବା ବିଜେପି କର୍ପୋରେଟର ଅପରୂପ ନାରାୟଣ ରାଉତ ଓରଫ ଜୀବନଙ୍କ ସମେତ ୫ଅଭିଯୁକ୍ତଙ୍କୁ ଆଜି ସର୍ତ୍ତମୂଳକ ଜାମିନ ମିଳିଛି। ଜଣକ ପିଛା ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଭୁବନେଶ୍ବର ଜିଲ୍ଲା ଦୌରାଜଜ୍ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହାପରେ ଝାରପଡ଼ା ଜେଲ୍‌ରୁ ସେମାନଙ୍କୁ ସମର୍ଥକମାନେ ବିରାଟ ପଟୁଆରରେ ପାଛୋଟି ନେଇଛନ୍ତି। ରାଜଧାନୀରେ ଏହି ଶୋଭାଯାତ୍ରାକୁ ନେଇ ସରଗରମ ଚର୍ଚ୍ଚା ଚାଲିଛି। ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଗୋଟିଏ ପଟେ ଦଳ ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନ୍ୟ ପଟେ ଜେଲ୍‌ରୁ ମୁକୁଳିଥିବା ଅଭିଯୁକ୍ତମାନଙ୍କୁ ନେଇ ଶୋଭାଯାତ୍ରା ଆୟୋଜନ କରାଯାଇଥିବାରୁ ଚର୍ଚ୍ଚା ଜୋର୍‌ ଧରିଛି।

ଏହି ମାମଲାରେ ଖାରବେଳନଗର ଥାନା ପୁଲିସ କ‌ର୍ପୋରେଟର୍ ଶ୍ରୀ ରାଉତଙ୍କ ସମେତ ରଶ୍ମିରଂଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଞ୍ଜୀବ ମିଶ୍ର ଓ ସଚ୍ଚିକାନ୍ତ ସ୍ବାଇଁଙ୍କୁ ଗିରଫ କରିଥିଲା। ତଳ କୋର୍ଟରେ ସେମାନଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ଯିବାକୁ ପଡ଼ିଥିଲା। କିନ୍ତୁ ମାମଲା ଏତିକିରେ ଥଣ୍ଡା ପଡ଼ି ନଥିଲା। ଅତିରିକ୍ତ କମିସନର୍‌ ଶ୍ରୀ ସାହୁଙ୍କୁ ହୋଇଥିବା ଆକ୍ରମଣ ପଛରେ ବିଜେପି ନେତା ଜଗନ୍ନାଥଙ୍କ ପ୍ରଧାନଙ୍କ ହାତ ଥିବା ଅଭିଯୋଗ କରି ଓଏଏସ୍‌ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା। ଜଗନ୍ନାଥଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ଦାବିକରି ବିଏମ୍‌ସି କର୍ମଚାରୀ ସଂଘ ମଧ୍ୟ କଲମଛାଡ଼ ଆନ୍ଦୋଳନ କରିଥିଲା। ଶେଷରେ ଚଳିତ ମାସ ୩ ତାରିଖ ସନ୍ଧ୍ୟାରେ ଜଗନ୍ନାଥ ଆତ୍ମସର୍ମପଣ କରିଥିଲେ ଏବଂ ତାଙ୍କୁ ମଧ୍ୟ ବିଚାର ବିଭାଗୀୟ ହାଜତକୁ ଯିବାକୁ ପଡ଼ିଥିଲା। ଗତ ୯ ତାରିଖରେ ତାଙ୍କୁ ଜାମିନ ମିଳିଯାଇଥିଲା ଏବଂ ସେ ଜେଲ୍‌ରୁ ସେହିଦିନ ହିଁ ବାହାରିଥିଲେ। 

ସୂଚନାଯୋଗ୍ୟ ଯେ ଗତ ମାସ ୩୦ ତାରିଖ ଦିନ ଏହି ମାମଲା ଘଟିଥିଲା। କର୍ପୋରେଟର୍‌ ଜୀବନଙ୍କ ସହ ଅନ୍ୟ ୪ ଅଭିଯୁକ୍ତ ବିଏମ୍‌ସି କାର୍ଯ୍ୟାଳୟ ଭିତରେ ପଶି ଅତିରିକ୍ତ କମିସନର ଶ୍ରୀ ସାହୁଙ୍କୁ ତାଙ୍କ ଆସନରୁ ବାହାରକୁ ଟାଣି ଆଣି ମାଡ଼ ମାରିବା ସହ ଅପହରଣ କରିବାକୁ ଉଦ୍ୟମ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe