ବିଏମ୍‌ସି, ବିଡିଏ ଅଫିସ ସର୍ବସାଧାରଣଙ୍କ ପାଇଁ ମନା, ଏପ୍ରିଲ ୧୨ରୁ ୩୦ ପର୍ଯ୍ୟନ୍ତ ଲାଗିଲା କଟକଣା

Advertisment
ମୁକ୍ତା ଯୋଜନାରେ ଶୀର୍ଷରେ ବିଏମ୍‌ସି, ୧୭୦୦ ବର୍ଷାଜଳ ଅମଳ ପ୍ରକଳ୍ପ

Odisha Diary

ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍‌ସି ଓ ବିଡିଏ ଅଫିସକୁ ସର୍ବସାଧାରଣଙ୍କ ପାଇଁ ୧୯ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏପ୍ରିଲ ୧୨ରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବିଏମ୍‌ସି ଓ ବିଡିଏ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ୍‌ ଲାଗିଛି। ଆଜି ଏ ନେଇ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ରାଜଧାନୀରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ବିଏମ୍‌ସି ଓ ବିଡିଏ କର୍ମଚାରୀ କରୋନା ଜନିତ ମହାମାରୀ ସ୍ଥିତିର ମୁକାବିଲାରେ ନିୟୋଜିତ ହୋଇଛନ୍ତି। ତେଣୁ ଏହି ୧୯ଦିନ ସର୍ବସାଧାରଣ ବିଏମ୍‌ସି ଓ ବିଡିଏ କାର୍ଯ୍ୟାଳୟକୁ ନଆସି ଅନଲାଇନ୍‌ରେ କିମ୍ବା ଟେଲିଫୋନ୍ ଯୋଗେ ଅଭିଯୋଗ, ଅନୁସନ୍ଧାନ କରିପାରିବେ।

ଏହି ସମୟରେ ରାଜଧାନୀବାସୀ ଭୁବନେଶ୍ବର.ମି ୱେବସାଇଟ୍‌ର citizenservices.bhubaneswar.me ଲିଙ୍କ୍‌ରେ କ୍ଲିକ୍ କରି ସବୁ ପ୍ରକାରର ସୁବିଧା ସୁଯୋଗ ପାଇପାରିବେ। ଏହାବାଦ୍‌ ସମସ୍ତ କାର୍ଯ୍ୟ ଦିବସରେ ଯେ କେହିବି ବିଏମ୍‌ସି ସମ୍ବନ୍ଧୀୟ ଅଭିଯୋଗ ଓ ଅନୁସନ୍ଧାନ ପାଇଁ ୦୬୭୪-୨୪୩୧୨୫୩ ନମ୍ବରରେ ଫୋନ୍‌ କରି କିମ୍ବା info@bmc.gov.in ମେଲ୍‌ରେ ଯୋଗାଯୋଗ କରିପାରିବେ। ସେହିପରି ବିଡିଏ ପାଇଁ ୦୬୭୪-୨୩୯୨୨୮୦ ନମ୍ବରରେ ଫୋନ୍‌ କରି କିମ୍ବା bdabbsr1983@gmail.com ମେଲ୍‌ରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe