ବିଲ୍ଡର-ଅଧିକାରୀ ସଲାସୁତରା ଅଭିଯୋଗ: ବିଏମ୍‌ସି ବୋର୍ଡକୁ ଉପାଡ଼ି ଜବରଦଖଲ

ବିଲ୍ଡର-ଅଧିକାରୀ ସଲାସୁତରା ଅଭିଯୋଗ: ବିଏମ୍‌ସି ବୋର୍ଡକୁ ଉପାଡ଼ି ଜବରଦଖଲ

ଭୁବନେଶ୍ୱର: ନିକଟ ଅତୀତରେ ୩୭ ନମ୍ବର ୱାର୍ଡରେ ୱାର୍ଡ ଅଫିସ ପାଇଁ ଚିହ୍ନଟ ହୋଇଥିବା ଜାଗାରୁ ଜବରଦଖଲ ଉଚ୍ଛେଦ କରି ‘ଅନୁପ୍ରବେଶ ଦଣ୍ଡନୀୟ ଅପରାଧ’ ବୋଲି ବିଏମ୍‌ସି ବୋର୍ଡ ଲଗାଇଥିଲେ ମଧ୍ୟ ସମ୍ପୃକ୍ତ ବିଲ୍ଡର ତାହାକୁ ଉପାଡ଼ି ଦେଇ ପାର୍କିଂ ଆରମ୍ଭ କରିଛି। ପ୍ରାୟ ଦୁଇ ମାସ ଧରି ଏହା ଜବରଦଖଲ ହୋଇନଥିଲା। ହଠାତ୍‌ ଏଭଳି ହେବାରୁ ବିଏମ୍‌ସି ଅଧିକାରୀଙ୍କ ସଲାସୁତରାରେ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରି ସମ୍ପୃକ୍ତ ୱାର୍ଡର ୨୦ରୁ ଊର୍ଦ୍ଧ୍ବ ବାସିନ୍ଦା ସମ୍ପୃକ୍ତ ଆପାର୍ଟମେଣ୍ଟ ସାମ୍ନାରେ ଧାରଣା ଦେଇଛନ୍ତି। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଏମ୍‌ସିର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ପହଞ୍ଚି ସେଠାରେ ଡ୍ୟୁଟି କରୁଥିବା ସୁରକ୍ଷାକର୍ମୀଙ୍କୁ ଉଠାଇ ଆଣି ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ୩୭ ନମ୍ବର ୱାର୍ଡରେ ୫ଶହ ଡିସିମିଲ ଜାଗା ଜଣେ ବିଲ୍ଡରଙ୍କ ଦ୍ବାରା ଜବରଦଖଲ ହୋଇଥିଲା। ଏଠାରେ ୱାର୍ଡ ଅଫିସ କରିବାକୁ କର୍ପୋରେଟର ବନ୍ଦିତା ପାଲ୍‌ ବିଏମ୍‌ସିକୁ ଚିଠି ଲେଖିଥିଲେ। ତାଙ୍କ ଚିଠି ଆଧାରରେ ମେୟର ସୁଲୋଚନା ଦାସ ଘଟଣାସ୍ଥଳ ପରିଦର୍ଶନ କରି ଉଚ୍ଛେଦ ଆଦେଶ ଦେଇଥିଲେ। ଏକ ସ୍ବତନ୍ତ୍ର ଟିମ୍‌ ଜରିଆରେ ମାପଚୁପ କରିବା ସହ ଏହାକୁ ଉଚ୍ଛେଦ କରାଯାଇଥିଲା। ଏଠାରେ ବୋର୍ଡ ଲଗାଇବା ସହ ଅନୁପ୍ରବେଶ କିମ୍ବା ଜବରଦଖଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦର୍ଶାଇଥିଲା। ହେଲେ ଆଜି ସନ୍ଧ୍ୟାରେ ଏହାକୁ ଉପାଡ଼ି ଦିଆଯିବା ସହ ଏଠାରେ ପାର୍କିଂ ହୋଇଥିଲା। ଏହା ଦେଖି ଅର୍ଜୁନ ବେହେରା ବିଏମ୍‌ସିକୁ ସୂଚନା ଦେବା ସହ ଅନ୍ୟ ବାସିନ୍ଦାଙ୍କ ସହ ଧାରଣା ଦେଇଥିଲେ। ଆସନ୍ତାକାଲି ମଧ୍ୟ ଏହାକୁ ବିରୋଧ କରାଯିବ ବୋଲି ସେ କହିଛନ୍ତି। ଦୀର୍ଘ ତିନିମାସ ଧରି ଏହାକୁ ଉଚ୍ଛେଦ କରାଯାଇଥିଲେ ମଧ୍ୟ ବିଏମ୍‌ସି ୱାର୍ଡ ଅଫିସ ନିର୍ମାଣରେ ବିଳମ୍ବ କରିବାରୁ ଏଭଳି ପରିସ୍ଥିତି ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe