୯ ସଂସ୍ଥାରୁ ଆଦାୟ ହେବ ୨୪ଲକ୍ଷ ଟଙ୍କା ଜରିମାନା

Advertisment

ବେଆଇନ୍‌ ହୋର୍ଡିଂ ଉପରେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ

ବେଆଇନ୍‌ ହୋର୍ଡିଂ ଉପରେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ

୯ ସଂସ୍ଥାରୁ ଆଦାୟ ହେବ ୨୪ଲକ୍ଷ ଟଙ୍କା ଜରିମାନା

ଭୁବନେଶ୍ୱର: ରାଜଧାନୀରେ ଯେପରି ବେଆଇନ ହୋର୍ଡିଂ ନଲାଗିବ ସେଥିପାଇଁ ବିଏମ୍‌ସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯର୍୍ୟାୟରେ ଆଜି ୯ଟି ସଂସ୍ଥାକୁ ଜରିମାନା ଆଦାୟ ପାଇଁ ନୋଟିସ୍‌ ଜାରି ହୋଇଛି। ବିଭିନ୍ନ ସ୍ଥାନରେ ଆବଶ୍ୟକ ଶୁଳ୍କ ପ୍ରଦାନ ନ କରି ବିଜ୍ଞାପନ ହୋର୍ଡିଂ ଲଗାଇଥିବା ୯ଟି ସଂସ୍ଥାଠାରୁ ୨୪ଲକ୍ଷ ୫୦ହଜାର ଟଙ୍କାର ଜରିମାନା ଆଦାୟ ପାଇଁ ନୋଟିସ୍‌ ଜାରି ହୋଇଛି। ଜରିମାନ ନଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।ବିଏମ୍‌ସିର ହୋର୍ଡିଂ ରେଗୁଲେସନ୍‌ ଆଇନ ୨୦୦୬ର ପରିଚ୍ଛେଦ ୧୦-ଇ ଅନୁସାରେ ବେଆଇନ ବିଜ୍ଞାପନ ପ୍ରଦର୍ଶନକାରୀଙ୍କ ଠାରୁ ୫ହଜାର ଟଙ୍କା ପ୍ରତି ହୋର୍ଡିଂ ପିଛା ଆଦାୟ କରିବା ନେଇ ନିୟମ ରହିଛି। ଏହି ନିୟମ ଅନୁଯାୟୀ ଜରିମାନା ଆଦାୟ କରିବାକୁ ନୋଟିସ୍‌ ହୋଇଛି ବୋଲି ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର ସୂଚନା ଦେଇଛନ୍ତି।

ବେଆଇନ ହୋର୍ଡିଂ ପାଇଁ ନୋଟିସ୍‌ ହୋଇଥିବା ସଂସ୍ଥାଗୁଡ଼ିକ ହେଲେ ବ୍ଲିସ୍‌ଫୁଲ୍‌ ୟୋଗା ସେଣ୍ଟର୍‌, ଫ୍ୟୁଚର୍‌ ଫ୍ଲେମ୍‌ କମ୍ପ୍ୟୁଟର୍‌ ଏଜୁକେସନ୍‌, ନୃତ୍ୟାର୍ଚ୍ଚନା, ଲେଜର୍‌ ପାଇଲ୍‌ସ୍‌ ସେଣ୍ଟର୍‌, କ୍ଲାଟ୍‌, ବାଜିରାଓ ଆଇଏଏସ୍‌ ଏକାଡେମି, କେନ୍‌ସଫ୍ଟ୍‌ ଏଜୁକେସନ, ଭେଟା, ଉଡାନ୍‌ ଏକାଡେମି ପ୍ରଭୃତି ସଂସ୍ଥାକୁ ମୋଟ ୪୯୦ଟି ହୋର୍ଡିଂ ଲଗାଇବା ବିରୋଧରେ ଜାରି ହୋଇଛି ଏହି ନୋଟିସ୍‌। ଏବେ ବିଏମ୍‌ସିର ୩ଟି ଜୋନ୍‌ରେ ବେଆଇନ୍‌ ହୋର୍ଡିଂ ଏବଂ ବିଜ୍ଞାପନ ବୋର୍ଡ ଲଗାଇଥିବା ବ୍ୟକ୍ତି ଏବଂ ସଂସ୍ଥାଗୁଡ଼ିକର ଲମ୍ବା ଚିଠା ପ୍ରସ୍ତୁତ କରାଯାଉଛି। ସମସ୍ତ ବେଆଇନ ସଂସ୍ଥା ଓ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe