ବିଏମ୍‌ସି ଜିଜିଆ କର ଭଳି ହୋଲ୍‌ଡିଂ ଟ୍ୟାକ୍ସ ଆଦାୟ କରୁଛି: ବିଜେପି

ଅଭିଯୋଗ ଭିତ୍ତିହୀନ: ବିଏମ୍‌ସି

ରସୁଲଗଡ଼ ଗୁଞ୍ଜନ ଆପାର୍ଟମେଣ୍ଟ ବ୍ଲକ-ବିକୁ ଅବରୋଧ ଅଂଚଳ ଘୋଷଣା କଲା ବିଏମସି

Telegraph India

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ ରାଜଧାନୀବାସୀଙ୍କ ଉପରେ ଜିଜିଆ କର ସଦୃଶ ହୋଲ୍‌ଡିଂ ଟ୍ୟାକ୍ସ ଲଦୁଛି। ବିନା କୌଣସି ପ୍ରସ୍ତୁତିରେ ରାଜ୍ୟ ସରକାର ଓ ବିଏମ୍‌ସି ତରବରିଆ ଭାବେ ରାଜଧାନୀବାସୀଙ୍କ ଉପରେ ଆର୍ଥିକ ବୋଝ ଲଦି ଦେବାକୁ ବିରାଟ ଷଡ଼ଯନ୍ତ୍ର କରୁଛି ବୋଲି ବିଜେପି ଜିଲ୍ଲା ସଭାପତି ବାବୁ ସିଂ ଅଭିଯୋଗ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଛନ୍ତି ଯେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ପ୍ରକ୍ରିୟା ଓ ପ୍ରତ୍ୟେକ ଅଟ୍ଟାଳିକାର ନିର୍ଦ୍ଦିଷ୍ଟ ଟ୍ୟାକ୍ସ ନିର୍ଦ୍ଧାରଣକୁ ପାରଦର୍ଶୀ ବା ସ୍ବଚ୍ଛ କରିବାକୁ କର୍ତୃପକ୍ଷ ପ୍ରସ୍ତୁତ ନୁହନ୍ତି। ଟେକ୍ନୋଲୋଜିକୁ ବ୍ୟବହାର କରି ପ୍ରତ୍ୟେକ ଅଞ୍ଚଳର ପ୍ରତ୍ୟେକ ବିଲ୍‌ଡିଂ ପାଇଁ କେତେ ଟିକସ ଧାର୍ଯ୍ୟ ହେବ ଏବଂ ଏହା କିପରି ସ୍ଥିର କରାଯିବ ତାହା ସ୍ପଷ୍ଟ କରିବାକୁ ବିଏମ୍‌ସି କର୍ତୃପକ୍ଷ ଚାହୁଁନାହାନ୍ତି। ହାଇଦ୍ରାବାଦ, ଚେନ୍ନାଇ ପରି ବଡ଼ ବଡ଼ ସହରର ପ୍ରତ୍ୟେକ ଅଞ୍ଚଳରେ ରେଣ୍ଟାଲ ଭ୍ୟାଲୁ, କେଉଁ ଭଳି ପ୍ରତିଷ୍ଠାନ ଲାଗି କେତେ, କେତେ ବର୍ଷ ପୁରୁଣା ପାଇଁ କେତେ, କେଉଁ କେଉଁ ଆଧାରରେ କେତେ ପରିମାଣର ରିହାତି ଆଦି ବିଭିନ୍ନ ଧାର୍ଯ୍ୟ ତାଲିକା ସେମାନଙ୍କ ମ୍ୟୁନିସିପାଲଟି ୱେବସାଇଟ୍‌ରେ ଉପଲବ୍ଧ ଥିବା ବେଳେ ଭୁବନେଶ୍ବରରେ ବ୍ୟକ୍ତିଗତ ଭାବେ କର ଆଦାୟ କରିବା ଓ ବିଏମ୍‌ସି କର୍ତୃପକ୍ଷ ଭିତରେ ଏହାକୁ ଦୁଇ ପାକ୍ଷିକ ରଖି ଏକ ଲୁଟ ଓ ଦୁର୍ନୀତିର ଗନ୍ତାଘର ପାଇଁ ଷଡ଼ଯନ୍ତ୍ର ରଚାଯାଇଛି। ଗୋଟିଏ ଆଇନ ଲାଗୁ କରିବାକୁ ଯାଇ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆକ୍ଟ-୨୦୦୩ର ଖୁଲମଖୁଲା ଉଲ୍ଲଂଘନ କରାଯାଉଛି। ଏହି ଆଇନର ସେକ୍ସନ ୨୦୫ରେ ସିଧାସିଧା ଲେଖାଯାଇଛି ଯେ ୨୧୫ ସେକ୍ସନ ଅନୁସାରେ ଗଠନ ହୋଇଥିବା କର୍ପେରରେସନ ଭ୍ୟାଲୁଏସନ୍‌ କମିଟି ଦ୍ବାରା ଜମି ଘରର ବର୍ଗୀକରଣ ଓ ବାର୍ଷିକ ମୂଲ୍ୟ ନିର୍ଦ୍ଧାରଣ ହେବ। କେଉଁ କମିଟି ଦ୍ବାରା କେବେ ଭ୍ୟାଲୁଏସନ ହୋଇଛି, କିଏ ଏହାର ସଦସ୍ୟ ଓ ଚେୟାରମ୍ୟାନ୍‌ ଥିଲେ ବୋଲି ଶ୍ରୀ ସିଂ ପ୍ରଶ୍ନ କରିଛନ୍ତି।

ଅଭିଯୋଗ ଉପରେ ବିଏମ୍‌ସି ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ ୫-ଟିର କୌଣସି ଉଲ୍ଲଂଘନ କରାଯାଇ ନାହିଁ। ବରଂ ଆମେ ସ୍ବଚ୍ଛତା ଓ ବୈଷୟିକ ଜ୍ଞାନକୌଶଳକୁ ଆପଣାଇଛୁ। ଆଗରୁ ମାନୁଆଲି ହେଉଥିଲା। ଏବେ ତାହା ଅନ୍‌ଲାଇନ୍‌ ମୋଡ୍‌ରେ ହେଉଛି। ଅନ୍‌ଲାଇନ୍‌ ମାଧ୍ୟମରେ ଲୋକେ ନିଜେ ଦେଖିପାରୁଛନ୍ତି। ବିଜେପି ଯେଉଁ ଅଭିଯୋଗ ଆଣିଛି ତାହା ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ। ଟ୍ୟାକ୍ସ ରେଟ୍‌ ବଢ଼ି ନାହିଁ। ଅପରିବର୍ତ୍ତିତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe