ବିଏମସି କମିସନର-ଓକିଲ ମୁହାଁମୁହିଁ, କମିସନରଙ୍କ ବ୍ୟବହାରରେ ଓକିଲ କ୍ଷୁବ୍ଧ 

ବିଏମ୍‌ସି କମିସନରଙ୍କ ବିରୋଧରେ କୋର୍ଟରେ ମାମଲା

Odisha Bytes

ଭୁବନେଶ୍ବର : ଭୁବନେଶ୍ବର କୋର୍ଟ ପରିସରରେ ଥିବା ସବ୍‌ରେଜିଷ୍ଟ୍ରାର ଅଫିସ ନିକଟରେ ଉଚ୍ଛେଦ କରିବାକୁ ଯାଇଥିବା ବିଏମସି କମିସନର ଓ ତାଙ୍କ ଟିମ୍ ସହ ଓକିଲ ମୁହାଁମୁହିଁ ହୋଇଛନ୍ତି। ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧରୀଙ୍କ ବ୍ୟବହାରରେ ଓକିଲ କ୍ଷୁବ୍ଧ ହେବା ସହ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଆସନ୍ତାକାଲି ଭୁବନେଶ୍ବର ଓକିଲ ସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ ବସିପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ଜଣେ ଆଇନଜୀବୀଙ୍କ ସୂଚନା ଅନୁସାରେ, ଆଜି ଭୁବନେଶ୍ବର ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ଥିଲା। ପୂର୍ବାହ୍ନ ପ୍ରାୟ ୯ଟାରେ ସବରେଜିଷ୍ଟ୍ରାର ଅଫିସ ନିକଟ‌ରେ ଥିବା ଚା’ ଦୋକାନରେ ୧୫ରୁ ୨୦ଜଣ ଓକିଲ ଚା’ ପିଇବା ସହ ବିଭିନ୍ନ ବିଷୟରେ ଆଲୋଚନା କରୁଥିଲେ। ସେହି ସମୟରେ ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ ଓ ଉଚ୍ଛେଦକାରୀ ଦଳ ସେଠାରେ ପହଞ୍ଚିଥିଲେ। କୋର୍ଟର ନୂତନ ବିଲ୍ଡିଂ କାମ ଚାଲୁଥିବାରୁ ସବରେଜିଷ୍ଟ୍ରାର ଅଫିସ ନିକଟରେ ଅସମ୍ଭାଳ ଭିଡ଼ ହେଉଛି। ଉଚ୍ଛେଦ ଟିମ୍ ସହ ଯାଇଥିବା ବିଏମସି କମିସନର ଶ୍ରୀ ଚୌଧରୀ ଚା’ ଦୋକାନ ପାଖରେ ଥିବା ଓକିଲମାନଙ୍କୁ ସେଠାରୁ ଚାଲି ଯିବାକୁ କହିଥିଲେ। ଓକିଲ ଏହାର ପ୍ରତିବାଦ କରିବା ସହ ସେମାନେ ଚା ପିଉଥିବା କହିଥିଲେ। ଏହାକୁ ନେଇ ସେମାନଙ୍କ ଭିତରେ ବଚସା ହୋଇଥିଲା। କମିସନର ଶ୍ରୀ ଚୌଧରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ବିଏମସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe