ବିଏମ୍‌ସି କମିସନର ୪୫ ନମ୍ବର ୱାର୍ଡରେ ସମସ୍ୟା ଶୁଣିଲେ

ବିଏମ୍‌ସି କମିସନର ୪୫ ନମ୍ବର ୱାର୍ଡରେ ସମସ୍ୟା ଶୁଣିଲେ

ଦୁଇ ପୋଖରୀ ଓ ବଡ଼ଗଡ଼ ହାଟର ଉନ୍ନତୀକରଣ ହେବ
ସବୁ ମୁକୁଳା ଡ୍ରେନ୍‌ରେ ପଡ଼ିବ ସ୍ଲାବ୍

ଭୁବନେଶ୍ବର : ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଆଜି ୱାର୍ଡ-୪୫ର ଚିନ୍ତାମଣିଶ୍ବର ଓ ବଡ଼ଗଡ଼ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବିଭିନ୍ନ ଅଞ୍ଚଳକୁ ଚାଲିଚାଲି ବୁଲିବା ସହ ୱାର୍ଡରେ ହେଉଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଆଜି ପୂର୍ବାହ୍ନରେ ବିଏମ୍‌ସି କମିସନର ଶ୍ରୀ ଚୌଧରୀ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ସହ ୱାର୍ଡ ୪୫ରେ ପହଞ୍ଚିଥିଲେ। କମିସନର ଚମ୍ପା ପୋଖରୀ, ବଡ଼ ପୋଖରୀ, କଳ୍ପନା ଫ୍ଲାଟ୍‌ ଅଞ୍ଚଳ, ଚିନ୍ତାମଣିଶ୍ବର ସ୍କୁଲ, ବିଶ୍ବାନଥ ନଗର ଆଦି ଅଞ୍ଚଳ ବୁଲିଥିଲେ। ବୁଲିବା ଭିତରେ କମିସନର ସହରୀ ମଜୁରୀ ରୋଜଗାର ଯୋଜନାରେ ୱାର୍ଡରେ କ’ଣ କାମ ହୋଇଛି, ତାହା ଦେଖିବା ସହ ସମୀକ୍ଷା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନର ସମସ୍ୟା ସମ୍ପର୍କରେ କିଛି ଲୋକ କହିଥିଲେ। ଏହାପରେ କମିସନର ନିର୍ଦ୍ଦେଶ ଦେଇଥିଲେ ଯେ କଳ୍ପନା ଫ୍ଲାଟ୍‌ ଅଞ୍ଚଳ ସମେତ ବାକି ଅଞ୍ଚଳରେ କନଜରଭେନ୍ସି ଲେନ୍‌ଗୁଡ଼ିକର ଉନ୍ନତୀକରଣ ହେବ, ବିଶ୍ବନାଥ ନଗର‌େର ବରିଷ୍ଠ ନାଗରିକଙ୍କ ପାଇଁ କମ୍ୟୁନିଟି ସେଣ୍ଟର, ମୁଖ୍ୟ ଡ୍ରେନ୍-୬ରେ ଏକ ବକ୍ସ କଲଭର୍ଟ ନିର୍ମାଣ, ସବୁ ମୁକୁଳା ଡ୍ରେନ୍‌ରେ ସ୍ଲାବ୍‌ ପକାଇବା, ଚମ୍ପା ପୋଖରୀ ନିକଟରେ ଡ୍ରେନ୍‌ର ଉନ୍ନତୀକରଣ, ବଡ଼ଗଡ଼ ହାଟର ଉନ୍ନତୀକରଣ ଯଥା ହାଟର ତିନିଟି ପ୍ରବେଶ ସ୍ଥାନରେ ଗେଟ୍‌ ନିର୍ମାଣ, ହାଟ ଭିତରକୁ ଗାଈ, ଷଣ୍ଢ ଯେପରି ପ୍ରବେଶ କରି ନପାରି‌ବେ, ସେଥିପାଇଁ ଗାର୍ଡ ନିର୍ମାଣ, ହାଟର ଆଲୋକୀକରଣ, ପାର୍କିଂ ସୁବିଧା, ହାଟରୁ କେନାଲବନ୍ଧକୁ ଏକ ବ୍ରିଜ୍‌ ନିର୍ମାଣ କରାଯିବ। ସମସ୍ତ କାମ ଯେପରି ରୂପାୟନ ହେବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିସନର ଅଂଶୁମାନ ରଥଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିଏମ୍‌ସି କମିସନରଙ୍କ ୱାର୍ଡ ପରିଦର୍ଶନ ସମୟରେ ତାଙ୍କ ସହ ୱାର୍ଡର ପୂର୍ବତନ କର୍ପୋରେଟର୍‌ ଅମରେଶ ଜେନା, ବିଏମସି ଅତିରିକ୍ତ କମିସନର ଅବନିକାନ୍ତ ପଟ୍ଟନାୟକ, ସହକାରୀ କମିସନର ଲିଲନ ପ୍ରସାଦ ସାହୁ, ନିର୍ବାହୀ ଯନ୍ତ୍ରୀ ଅସୀମ ମିଶ୍ର, ଗୌତମ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପରିମଳ ବିଶେଷଜ୍ଞ ପବିତ୍ର ମୋହନ ପଣ୍ଡା, ୱାର୍ଡ ପର୍ଯ୍ୟବେକ୍ଷକ କ୍ଷେତ୍ରମୋହନ ଦାସ, ମଣ୍ଡଳ ଗୋଷ୍ଠୀ ସଂଯୋଜକ ସଂଯୁକ୍ତା ପଣ୍ଡା, ୱାର୍ଡ ଅଧିକାରୀ ବିଜୟ ପ୍ରଧାନ, କୋଭିଡ୍‌ ସଚେତକ ବିନୋଦ ମାଝୀ, ଶକ୍ତି ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe