୫ ହଜାର ଅତିକ୍ରମ କଲା ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୨୭୭ ଆକ୍ରାନ୍ତ ଚିହ୍ନଟ

Advertisment

ଆଜି ସ୍ଥାନୀୟ ସଂକ୍ରମଣ ୯୬ ଜଣ, ସୁସ୍ଥ ହେଲେ ୧୩୩

ଆଜି ସ୍ଥାନୀୟ ସଂକ୍ରମଣ ୯୬ ଜଣ, ସୁସ୍ଥ ହେଲେ ୧୩୩

୫ ହଜାର ଅତିକ୍ରମ କଲା ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୨୭୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଚଂଳରେ କରୋନା ଭାଇରସ ସଂକ୍ରମଣ ଆଜି ଆଉ ଏକ ରେକର୍ଡ କରିଛି। ବିଏମ୍‌ସି ଅଂଚଳରୁ ଆଜି ୨୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୮୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୯୬ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସଂଗରୋଧରୁ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେବଳ ଜଣଙ୍କର ଯାତ୍ରା ବିବରଣୀ ଥିବା ବେଳେ ଅନ୍ୟମାନେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନାର ଶିକାର ହୋଇଛନ୍ତି।

publive-image

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୫୧୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୨୫୧ ଜଣ ସୁସ୍ଥ ହୋଇଥିବା ବେଳେ ୧୮୩୯ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। କିନ୍ତୁ ୨୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

publive-image

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଇଆରସି ଭିଲେଜ ଏନ୍‌-୩, ସାମନ୍ତରାପୁରରୁ ୮-୮ ଜଣ, ନିଳାଦ୍ରୀ ବିହାର, ସାଲିଆସାହି, ସାମନ୍ତରାପୁରରୁ ୬-୬ ଜଣ, ବଡ଼ଗଡ଼ ବ୍ରିଟ କଲୋନି, ବିଡିଏ କଲୋନି, ନୟାପଲ୍ଲୀ (ଏକ ହୋଟେଲର କର୍ମଚାରୀ), ୫ ଜଣ ଲେଖାଏଁ, ବରମୁଣ୍ଡା ଏଚ୍‌ବି କଲୋନି, ମୈତ୍ରୀ ବିହାର, ଭାଗବତ ସଦନ, ଜଳେଶ୍ୱର ବସ୍ତି, ଆଇଆରସି ଭିଲେଜରୁ ୪-୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

publive-image

ସେହିଭଳି ମୋଟ ୯୬ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରୁ ତାରିଣୀ ବସ୍ତିରୁ ୬ ଜଣ, ଶୈଳଶ୍ରୀ ବିହାର, ଫୟାର ଷ୍ଟେସନ ବସ୍ତି, ଆଇଜି ପାର୍କ, ନୟାପଲ୍ଲୀ ନୂଆସାହିରୁ ୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ମୋଟ ୧୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରୁ ୟୁନିଟ-୬ରୁ ୧୨ ଜଣ ଅଛନ୍ତି। ସେହିଭଳି ଡୁମଡୁମା ଫେଜ-୧ରୁ ୭ ଜଣ, ଆଇଗଣିିଆ, ନୟାପଲ୍ଲୀ ନୂଆସାହିରୁ ୬-୬ ଜଣ, ଶିରପୁର ଭୋଇସାହି, ବାପୁଜି ନଗର, ନୟାପଲ୍ଲୀ, ରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe