ଖାରବେଳ ନଗରରେ ଉଚ୍ଛେଦ

Advertisment
ଖାରବେଳ ନଗରରେ ଉଚ୍ଛେଦ

ଭୁବନେଶ୍ୱର : ରାଜଧାନୀର ଖାରବେଳ ନଗର ମୌଜାରେ ଆଜି ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଇଛି। ବିନା ଅନୁମିତରେ ଏହି ଅଞ୍ଚଳରେ ଗଢ଼ି ଉଠିଥିବା ଥିବା ବେଆଇନ ଜବରଦଖଲକୁ ହଟାଇ ଦିଆଯାଇଛି। ୭୯୬୦ ବର୍ଗ ଫୁଟ୍‌ର ବେଆଇନ ନିର୍ମାଣକୁ ଜବରଦଖଲମୁକ୍ତ କରାଯାଇଛି।

ପୂର୍ବ ସୂଚନା ଅନୁଯାୟୀ, ଆଜି ମିଳିତ ଉଚ୍ଛେଦକାରୀ ଦଳ ଖାରବେଳନଗରରେ ପହଞ୍ଚିଥିଲା। ୩ଟି ବୁଲଡୋଜର୍‌କୁ ଉଚ୍ଛେଦ କାର୍ଯ୍ୟରେ ଲଗାଯାଇଥିଲା। ଏଥିରେ ୧ଗୋଟିଏ ଲେଖାଏଁ ଟିଣ ଚଦର, ଛାତ ଘର, ୪ଟି ଟିଣ ଚଦର ଦୋକାନ ଓ ଗୋଟିଏ ଗ୍ୟାରେଜ୍‌କୁ ଭାଙ୍ଗି ଦିଆଯାଇଛି। ମଧ୍ୟାହ୍ନ ୧୨ଟାରେ ଏହି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅପରାହ୍‌ଣ ପ୍ରାୟ ୫ଟା ସମୟରେ ଏହା ଶେଷ ହୋଇଥିଲା। ଉଚ୍ଛେଦ ସ୍ଥଳରେ ବିଡିଏ, ବିଏମ୍‌ସିର ଅଧିକାରୀ ଉପସ୍ଥିତ ଥିଲେ। କୌଣସି ପ୍ରକାର ଅଘଟଣ ପାଇଁ ଗୋଟିଏ ପ୍ଲାଟୁନ୍‌ ପୁରୁଷ ଓ ଗୋଟିଏ ସେକ୍ସନ୍‌ ମହିଳା ପୁଲିସଙ୍କୁ ନିୟୋଜିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe