ମାଉସୀ ମା’ ଓଭରବ୍ରିଜ୍‌ ତଳୁ ହଟିଲା ଜବରଦଖଲ

ମାଉସୀ ମା’ ଓଭରବ୍ରିଜ୍‌ ତଳୁ ହଟିଲା ଜବରଦଖଲ

ଭୁବନେଶ୍ୱର : ଦୀର୍ଘ ବର୍ଷ ପରେ ଆଜି ମାଉସୀ ମା’ ଫ୍ଲାଇ ଓଭରବ୍ରିଜ୍‌ ତଳୁ ଜବରଦଖଲ ଉଚ୍ଛେଦ ହୋଇଛି। ବିଡିଏ, ବିଏମ୍‌ସି, କମିସନରେଟ୍‌ ପୁଲିସ, ଅଗ୍ନିଶମ ବିଭାଗ, ପୂର୍ତ୍ତ ବିଭାଗର ମିଳତ ଉଦ୍ୟମରେ ଆଜି ଜବରଦଖଲ ଉଚ୍ଛେଦ ହୋଇଛି। ସ୍ମାର୍ଟ ସିଟି ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳ ଭିତରେ ଏହି ସ୍ଥାନ ଯାଉଥିବାରୁ ଏହାକୁ ଆଜି ବିଏମ୍‌ସି-ବିଡିଏର ଯୁଗ୍ମ ଉଚ୍ଛେଦକାରୀ ଟିମ୍‌ ଉଚ୍ଛେଦ କରିଛି।

ଆଜି ୧୬ଟି ଆଜବେଷ୍ଟସ୍‌ ଘର, ୨ଟି ଗ୍ୟାରେଜ୍‌, ୧୦ଟି କ୍ୟାବିନ୍‌, ୬ଟି ଗୋଦାମ ଘର, ୪ଟି କାଠଗୋଲା, ୩ଟି ଇଟା ଘର ଏବଂ ଗୋଟିଏ ହୋଟେଲ ଭଙ୍ଗା ଯାଇଛି। ଏହି ସବୁ ଶିଶୁଭବନ ଛକରୁ ରେଳ ଲାଇନ୍‌ ମଧ୍ୟରେ ବ୍ରିଜ୍‌ ତଳେ ଗଢ଼ି ଉଠିଥିଲା। ଜବରଦଖଲ ଯୋଗୁଁ ଏହି ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା କଷ୍ଟକର ହୋଇପଡ଼ିଥିଲା। ଏହି ଉଚ୍ଛେଦ ପାଇଁ ଦୁଇଟି ଏକ୍ସକାଭେଟର୍‌ ନିୟୋଜିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe