ଖାରବେଳନଗରରେ ଜବରଦଖଲ ଉଚ୍ଛେଦ

Advertisment
ଖାରବେଳନଗରରେ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର : ଖାରବେଳନଗର ଅଧୀନରେ ଆଜି ବଡ଼ ଧରଣର ଜବରଦଖଲ ଉଚ୍ଛେଦ କରାଯାଇଛି। ଫଳରେ ଦୀର୍ଘ ଦିନରୁ ଏହି ଅଞ୍ଚଳରେ କିଛି ଲୋକ ବେଆଇନ ଭାବେ ମାଡ଼ି ବସିଥିବା ସରକାରୀ ଜାଗା ଜବରଦଖଲ ମୁକ୍ତ ହୋଇପାରିଛି।

ପୂର୍ବ ଘୋଷଣା ଅନୁଯାୟୀ ଆଜି ଏନଫୋର୍ସମେଣ୍ଟ ଅଧିକାରୀ ଉଚ୍ଛେଦସ୍ଥଳରେ ପହଞ୍ଚିଥିଲେ। ସକାଳ ପ୍ରାୟ ୧୦ଟା ସମୟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ୩୨ଟି ଟିଣ/ଆଜବେଷ୍ଟସ୍‌ର ବ୍ୟବସାୟିକ ପ୍ରତିଷ୍ଠାନ, ୮ଟି କ୍ୟାବିନ୍‌ ଓ ପଲିଥିନ ଘର ସମେତ ୧୦୦ଫୁଟ୍‌ର କାନ୍ଥକୁ ଭାଙ୍ଗି ଦିଆଯାଇଥିଲା। ଗୋଟିଏ ବୁଲଡୋଜର ଉଚ୍ଛେଦ କାର୍ଯ୍ୟରେ ଲାଗିଥିଲା।

ଉଚ୍ଛେଦସ୍ଥଳରେ ବିଡିଏ, ବିଏମ୍‌ସିର ଅଧିକାରୀ ଉପସ୍ଥିତ ଥିଲେ। କୌଣସି ପ୍ରକାର ଅଘଟଣ ପାଇଁ ଗୋଟିଏ ପ୍ଲାଟୁନ୍‌ ପୁଲିସ ଓ ୧ସେକ୍ସନ୍‌ ମହିଳା ପୁଲିସ୍‌ ଫୋର୍ସଙ୍କୁ ନିୟୋଜିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe