ପୋଖରୀପୁଟ ଓଭରବ୍ରିଜ୍‌ କଡ଼ରୁ ଜବରଦଖଲ ଉଚ୍ଛେଦ

Advertisment

ଲୋକଙ୍କ ଟେକାମାଡ଼, ଉତ୍ତେଜନା

ଲୋକଙ୍କ ଟେକାମାଡ଼, ଉତ୍ତେଜନା

ପୋଖରୀପୁଟ ଓଭରବ୍ରିଜ୍‌ କଡ଼ରୁ ଜବରଦଖଲ ଉଚ୍ଛେଦ

ପୁରୁଣା ଭୁବନେଶ୍ୱର : ଆଜି ଏୟାରଫିଲ୍‌ଡ୍‌ ଥାନା ଅନ୍ତର୍ଗତ ପୋଖରୀପୁଟ୍‌ ଓଭରବ୍ରିଜ୍‌ କଡ଼ରେ ସର୍ଭିିସ ରୋଡ଼୍‌ ପାଇଁ ଥିବା ସରକାରୀ ଜମିରୁ ଜବରଦଖଲକୁ ଉଚ୍ଛେଦ କରାଯାଇଛି। ସେଠାରେ ଥିବା କପିଳପ୍ରସଦ ମୌଜାର ଜମି ଜବରଦଖଲ କରି ଅସ୍ଥାୟୀ ୪ଟି ଚାଳ ଛପର ଘର ଓ ୩ଟି କ୍ୟାବିନ୍‌କୁ ଉଚ୍ଛେଦ କରାଯାଇଛି। ତେବେ ଏହି ଉଚ୍ଛେଦ ବେଳେ ଉଚ୍ଛେଦ ଟିମ୍‌କୁ ଟେକା ପଥର ମାଡ଼ର ଶିକାର ହେବାକୁ ପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ପୋଖରୀପୁଟ୍‌ ଓଭରବ୍ରିଜ୍‌ କାମ ଶେଷ ହେବାକୁ ଥିବା ବେଳେ ଏହା କଡ଼ରେ ସର୍ଭିିସ ରୋଡ଼ ତିଆରି ହେବା ପାଇଁ ଯୋଜନା ରହିଛି। ସେହି ସ୍ଥାନରେ ଦୀର୍ଘ ଦିନ ହେଲା କିଛି ଚାଳିଘର ନିର୍ମିତ ହୋଇଥିଲା। ଏନେଇ ଆଜି ସକାଳ ପ୍ରାୟ ସାଢ଼େ ୧୦ଟାବେଳେ ସାଧାରଣ ପ୍ରଶାସନ, ବିଏମ୍‌ସି, ବିଡିଏର ମିଳିତ ସ୍କ୍ଵାଡ୍‌ ଓ ପୁଲିସ୍‌ ଅଧିକାରୀଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା। ସେଠାରେ ଥିବା ୪ଟି ଚାଳ ଛପର ଘର ଓ ୩ଟି କ୍ୟାବିନ୍‌କୁ ଉଚ୍ଛେଦ କରାଯାଇଥିଲା। ତେବେ ସେଠାରେ ରହୁଥିବା ଲୋକଙ୍କୁ ଘରୁ ବାହାର କରିବା ନେଇ ଉଚ୍ଛେଦ ଟିମ୍‌କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ମହିଳା ପୁଲିସ ସହାୟତାରେ ମହିଳାମାନଙ୍କୁ ସେଠାରୁ କଢ଼ା ଯିବା ସହ ସେମାନଙ୍କ ଆସବାବପତ୍ର ବାହାର କରାଯାଇଥିଲା। ଏହି ସମୟରେ ଆରମ୍ଭ ହୋଇଥିଲା ଟେକା ପଥର ମାଡ଼। ସେଠାରେ ରହୁଥିବା ଲୋକେ ଉଚ୍ଛେଦ ଟିମ୍‌କୁ ଟେକା ପଥର ମାଡ଼ କରିଥିଲେ। ଏଥିରେ କାହାର କିଛି କ୍ଷତି ହୋଇନଥିଲେ ମଧ୍ୟ ଉଚ୍ଛେଦ କାର୍ଯ୍ୟ ବିଳମ୍ବିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe