ଆଶ୍ରୟ ସମ୍ପାଦକଙ୍କ ବିରୋଧରେ ଥାନାରେ ଅଭିଯୋଗ କଲା ବିଏମ୍‌ସି

ମୁକ୍ତା ଯୋଜନାରେ ଶୀର୍ଷରେ ବିଏମ୍‌ସି, ୧୭୦୦ ବର୍ଷାଜଳ ଅମଳ ପ୍ରକଳ୍ପ

Odisha Diary

ଭୁବନେଶ୍ବର : ଜାଲିଆତି କରି ବିଏମ୍‌ସିରୁ ଅର୍ଥ ନେଇଥିବା ଅଭିଯୋଗରେ ଘରୋଇ ସଂସ୍ଥା ଆଶ୍ରୟର ସମ୍ପାଦକ ଦୁର୍ଗା ପ୍ରସାଦ ଦାସଙ୍କ ବିରୋଧରେ ବିଏମ୍‌ସି ବଡ଼ଗଡ଼ ଥାନାରେ ଅଭିଯୋଗ କରିଛି।

ବିଏମ୍‌ସି ଡେପୁଟି କମିସନର କମଳାକାନ୍ତ ବେହେରା ଥାନାରେ ଅଭିଯୋଗ କରିଛନ୍ତି ଯେ, ବ୍ରହ୍ମେଶ୍ବରପାଟଣା ସିଟି ଲାଇଭ୍‌ଲିହୁଡ୍‌ ସେଣ୍ଟରର ପରିଚାଳନା ଦାୟିତ୍ବରେ ଆଶ୍ରୟ ସଂସ୍ଥା ଅଛି। ସଂସ୍ଥାର ବିଭିନ୍ନ କର୍ମଚାରୀଙ୍କୁ ଟଙ୍କା ଦେବା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଏପ୍ରିଲ ୧୧, ୨୦୧୭ରେ ସଂସ୍ଥାର ସମ୍ପାଦକ ବ୍ରହ୍ମେଶ୍ବରପାଟଣା ସିଟି ଲାଇଭ୍‌ଲିହୁଡ୍‌ ସେଣ୍ଟର ଆକାଉଣ୍ଟରୁ ୫୦ହଜାର ଟଙ୍କା ଉଠାଇଥିଲେ। ହେଲେ ଏହି ଅର୍ଥ ସେ କର୍ମଚାରୀଙ୍କୁ ଦେଇନଥିବା ନେଇ ବିଏମ୍‌ସିରେ ଏକ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରିବାକୁ ଯାଇ ବିଏମ୍‌ସି ପକ୍ଷରୁ ସଂସ୍ଥାର ଦୁଇ କର୍ମଚାରୀ ଅର୍ପିତା ଦାସ ଓ ଶୁଭ୍ରଜିତ୍‌ ସାହୁଙ୍କୁ ଟଙ୍କା ପାଇଛନ୍ତି କି ନାହିଁ ଲିଖିତ ଭାବେ ଜଣାଇବାକୁ କୁହାଯାଇଥିଲା। କିନ୍ତୁ ଅର୍ପିତାଙ୍କ ବାପା ଅମର କୁମାର ଦାସ ଜଣାଇଥିଲେ ଯେ, ତାଙ୍କ ଝିଅ ଦିଲ୍ଲୀରେ ଅଛି, ସେ ୧୮୦୦୦ ଟଙ୍କା ପାଇନାହାନ୍ତି। ଏହାପରେ ବିଏମ୍‌ସି ପକ୍ଷରୁ ଉଭୟ ପକ୍ଷଙ୍କ ଟଙ୍କା ଦେଣନେଣ ନେଇ ସମସ୍ତ କାଗଜପତ୍ର ଯାଞ୍ଚ ହୋଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ୧୮ହଜାର ଟଙ୍କା ଅର୍ପିତାଙ୍କୁ ଦିଆଯାଇନି। ବରଂ ଜାଲ୍‌ ଭାଉଚର୍‌ କରି ଟଙ୍କା ଉଠାଯାଇଛି। ଏହାପରେ ବିଏମ୍‌ସି କର୍ତ୍ତୃପକ୍ଷ ସଂସ୍ଥାର ସମ୍ପାଦକଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe