ବିଦ୍ୟାଳୟ ଭିତ୍ତିଭୂମି ପାଇଁ ଅଣ୍ଟା ଭିଡ଼ିଲା ବିଏମ୍‌ସି: ପ୍ରଥମ ପର୍ଯ୍ୟାୟରେ ୯ ବିଦ୍ୟାଳୟ ସାମିଲ

Advertisment
ମୁଣ୍ଡବିନ୍ଧା ବଢ଼ାଉଛି ବେଆଇନ ପାର୍କିଂ

The New Indian Express

ଭୁବନେଶ୍ୱର: ନିଜ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ଅଣ୍ଟା ଭିଡିଛି ବିଏମ୍‌ସି। ବିଏମ୍‌ସି ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହ ସଂରଚନା ଠାରୁ ଆରମ୍ଭ କରି ପରୀକ୍ଷାଗାର ବିକାଶ, ଇ-ଲାଇବ୍ରେରି ସ୍ଥାପନ, ପାନୀୟଜଳ ଯୋଗାଣରେ ଉନ୍ନତୀକରଣ, ଶୌଚାଳୟ, ଶ୍ରେଣୀଗୃହ ଏବଂ ଟେବୁଲ୍‌, ଚେୟାର୍ ଇତ୍ୟାଦିର ମରାମତି କରିବ। ସେହିପରି ବିଦ୍ୟାଳୟ ପ୍ରାଙ୍ଗଣର ବିକାଶ ତଥା ଚତୁଃପାର୍ଶ୍ବର ଏବଂ ପରିବେଶର ଆବଶ୍ୟକ ବିକାଶ ବି ହେବ। ଏଥିପାଇଁ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ଅନୁଦାନ ମିଳିଛି।

ପ୍ରଥମ ପର୍ଯ୍ୟାୟରେ ୟୁନିଟ୍‌-୮ ଓ ୟୁନିଟ-୯ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ, ୟୁନିଟ୍‌-୨ କ୍ୟାପିଟାଲ୍ ଉଚ୍ଚ ବାଳିକା ବିଦ୍ୟାଳୟ, ଟେକ୍ସ୍‌ଟ ବୁକ୍ ପ୍ରେସ୍ ନୋଡାଲ୍ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୬ ସରକାରୀ ଉଚ୍ଚ ବିଦ୍ୟାଳୟ, ସହିଦନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୯ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ୟୁନିଟ୍‌-୧ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ୟୁନିଟ୍‌-୩ କ୍ୟାପିଟାଲ୍ ଉଚ୍ଚ ବିଦ୍ୟାଳୟ ଭଳି ୯ଟି ବିଦ୍ୟାଳୟକୁ ଚିହ୍ନଟ କରାଯାଇ କାମ ଆରମ୍ଭ ହୋଇଯାଇଛି। ଆବଶ୍ୟକତା ଅନୁସାରେ ଉକ୍ତ ବିଦ୍ୟାଳୟ ଗୁଡ଼ିକରେ ସ୍ଥିରୀକୃତ ବିକାଶ କାର୍ଯ୍ୟ କରାଯାଉଛି। ପାଖାପାଖି ୮୦ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଆସିଥିବା ବେଳେ ଆସନ୍ତା ନଭେମ୍ବର ୧୪ ପୂର୍ବରୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ରହିଛି।

ବିଏମ୍‌ସି କମିସନର ସଂଜୟ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବରିଷ୍ଠ ଅଧିକାରୀ ବିଏମ୍‌ସି ଅଞ୍ଚଳରେ ହେଉଥିବା ୯ଟି ବିଦ୍ୟାଳୟରେ ଯାଇ ନିୟମିତ ତଦାରଖ କରିବାକୁ କୁହାଯାଇଛି। ନିର୍ଦ୍ଦେଶନାମା ଜାରିହେବା ପରେ ସୋମବାର ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ୟୁନିଟ୍‌-୯ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ପରିଦର୍ଶନ କରିବା ଆରମ୍ଭ କରିଛନ୍ତି। ଉପ ଆୟୁକ୍ତ (ସାନିଟେସନ୍) ଶୁଭେନ୍ଦୁ ସାହୁଙ୍କୁ ୟୁନିଟ୍‌-୮ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ, ଉପ ଆୟୁକ୍ତ (ହାଉସିଂ) ରମେଶ ଚନ୍ଦ୍ର ଜେନାଙ୍କୁ ୟୁନିଟ୍‌-୨ କ୍ୟାପିଟାଲ୍ ଉଚ୍ଚ ବାଳିକା ବିଦ୍ୟାଳୟ, ଉପ ଆୟୁକ୍ତ (ମାର୍କେଟ୍‌) ପ୍ରମୋଦ କୁମାର ପୃଷ୍ଟିଙ୍କୁ ଟେକ୍ସ୍‌ଟ ବୁକ୍ ପ୍ରେସ୍ ନୋଡାଲ୍ ଉଚ୍ଚ ବିଦ୍ୟାଳୟ, ଜୋନାଲ୍ ଡେପୁଟି କମିସନର ରବି ନାରାୟଣ ଜେଠୀ ୟୁନିଟ୍‌-୬ ସରକାରୀ ଉଚ୍ଚ ବିଦ୍ୟାଳୟ, ଉପ ଆୟୁକ୍ତ (ରେଭିନ୍ୟୁ) ଶ୍ରୀମନ୍ତ ମିଶ୍ରଙ୍କୁ ସହିଦନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ଉପ ଆୟୁକ୍ତ (ପ୍ରତିଷ୍ଠାନ) ଗାୟତ୍ରୀ ସାମନ୍ତରାୟଙ୍କୁ ୟୁନିଟ୍‌-୯ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ଉପ ଆୟୁକ୍ତ (ଏଫ୍ ଆଣ୍ଡ୍ ସି ଏସ୍‌) କମଳାକାନ୍ତ ବେହେରାଙ୍କୁ ୟୁନିଟ୍‌-୧ ସରକାରୀ ଉଚ୍ଚ ବିଦ୍ୟାଳୟ, ଜୋନାଲ୍ ଡେପୁଟି କମିସନର (ନର୍ଥ ଜୋନ୍‌) ପୁରନ୍ଦର ନନ୍ଦଙ୍କୁ ୟୁନିଟ୍‌-୩ କ୍ୟାପିଟାଲ୍ ଉଚ୍ଚ ବିଦ୍ୟାଳୟ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe