ବିଏମ୍‌ସିର ‘ଗୋ ଗ୍ରିନ୍’ ଅଭିଯାନ ଆରମ୍ଭ

Advertisment
ବିଏମ୍‌ସିର ‘ଗୋ ଗ୍ରିନ୍’ ଅଭିଯାନ ଆରମ୍ଭ

ଭୁବନେଶ୍ବର : ଭୁବନେଶ୍ବରକୁ ସବୁଜ ସୁନ୍ଦର କରିବା ସହ ପ୍ଲାଷ୍ଟିକମୁକ୍ତ ସହର କରିବା ପାଇଁ ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଛି ‘ଗୋ ଗ୍ରିନ୍’ ଅଭିଯାନ। ଏଥିରେ ରାଜଧାନୀର ବିଭିନ୍ନ ସ୍ଥାନରେ ବିଏମ୍‌ସି ପକ୍ଷରୁ କପଡ଼ା ବ୍ୟାଗ୍‌, ବହି ଏବଂ ଚାରା ବଣ୍ଟାଯାଇଛି।

ଆଜି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ବିଏମ୍‌ସି କାର୍ଯ୍ୟାଳୟରେ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଲୋକ ଯେପରି ଜରି ବ୍ୟାଗ୍‌ ବ୍ୟବହାର ନକରି କପଡ଼ା ବ୍ୟାଗ୍‌ ବ୍ୟବହାର କରିବେ ସେଥିପାଇଁ ବିଏମ୍‌ସି ପକ୍ଷରୁ ୨୨୦୦ କପଡ଼ା ବ୍ୟାଗ୍‌ ବଣ୍ଟା ଯାଇଥିଲା। ନୂଆବର୍ଷରେ ଲୋକମାନେ ବିନା ପ୍ଲାଷ୍ଟିକ ପ୍ୟାକିଂରେ ଉପହାର ଦେବା ପାଇଁ ବିଏମ୍‌ସି ଲୋକଙ୍କୁ ୧୦୦୦ ବହି ଏବଂ ୨୬୦୦ ଚାରା ବାଣ୍ଟିଥିଲା। ଆଜି ସକାଳୁ ବିଏମ୍‌ସି ପକ୍ଷରୁ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରସ୍ଥିତ ପଣ୍ଡା ଟ୍ରାଭେଲ ମାର୍ଟ, ଗଙ୍ଗନଗର, ବିଏମ୍‌ସି-ଭବାନୀ ମଲ୍‌ ନିକଟରେ, ରାଜ୍ୟ ସଂଗ୍ରାହଳୟ ନିକଟ ଏବଂ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଆଇ ଲଭ୍‌ ଭୁବନେଶ୍ବର ପ୍ଲାଜା ନିକଟରେ ବିତରଣ କେନ୍ଦ୍ର ଖୋଲି ଲୋକଙ୍କୁ ଏହି ସବୁ ସାମଗ୍ରୀ ବଣ୍ଟା ଯାଇଥିଲା। ଏଥିରେ ବିଏମ୍‌ସିର ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe