ଗୁଡ୍ ଫ୍ରାଇଡେ’ ପାଇଁ ବିଏମ୍‌ସିର କଟକଣା, ଚର୍ଚ୍ଚରେ ୫୦ଜଣ ଉପସ୍ଥିତ ରହିପାରିବେ

Advertisment
ଗୁଡ୍ ଫ୍ରାଇଡେ’ ପାଇଁ ବିଏମ୍‌ସିର କଟକଣା, ଚର୍ଚ୍ଚରେ ୫୦ଜଣ ଉପସ୍ଥିତ ରହିପାରିବେ

India Today

ଭୁବ‌େନଶ୍ବର: ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପର୍ବ ଗୁଡ୍‌ ଫ୍ରାଇଡେ’ ପାଳନ ଉପରେ ବିଏମ୍‌ସି କଟକଣା ଲଗାଇଛି। ଗୁଡ୍‌ ଫ୍ରାଇଡେ’ରେ ରାଜଧାନୀର ବିଭିନ୍ନ ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବାରୁ କୋଭିଡ୍‌ କଟକଣାକୁ ପାଳନ କରିବାକୁ ଯାଇ ବିଏମ୍‌ସି ବିଭିନ୍ନ ଚର୍ଚ୍ଚରେ କଟକଣା ଲଗାଇଛି। କୌଣସି ଚର୍ଚ୍ଚରେ ୫୦ରୁ ଅଧିକ ଲୋକ ଏକାଠି ହୋଇପାରିବେନି, ଶ୍ରଦ୍ଧାଳୁଙ୍କ ମଧ୍ୟରେ ୬ ଫୁଟ୍‌ର ଦୂରତା ରହିବ, ସମସ୍ତଙ୍କ ପାଇଁ ଚର୍ଚ୍ଚ ପରିସରରେ ହାତ ଧୋଇବା ବ୍ୟବସ୍ଥା ରହିବ, ସମସ୍ତେ ମାସ୍କ ପିନ୍ଧିବେ ବୋଲି କୁହାଯାଇଛି।

ଏହା ସହ ୬୫ ବର୍ଷରୁ ଊର୍ଧ୍ବ ବୟସ୍କ, ୧୦ ବର୍ଷରୁ କମ୍‌ ପିଲା ଏବଂ ଏକାଧିକ ରୋଗରେ ଆକ୍ରାନ୍ତ ଲୋକଙ୍କୁ ଚର୍ଚ୍ଚକୁ ନଯିବାକୁ କୁହାଯାଇଛି। ଏହାସହ ରାଜଧାନୀର କୌଣସି ସ୍ଥାନରେ ଗୁଡ୍‌ ଫ୍ରାଇଡେ’ ପାଇଁ ଜନସମାବେଶ ହୋଇପାରିବନି ବୋଲି ବିଏମ୍‌ସି ପକ୍ଷରୁ କଟକଣା ଲଗାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe