ବରିଷ୍ଠ ନାଗରିକ ଘରୁ ବାହାରନ୍ତୁ ନାହିଁ: ବିଏମ୍‌ସି

Advertisment
ବରିଷ୍ଠ ନାଗରିକ ଘରୁ ବାହାରନ୍ତୁ ନାହିଁ: ବିଏମ୍‌ସି

cnn.com

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ଆଜି ସମସ୍ତ ବରିଷ୍ଠ ନାଗରିକମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ, କେହି ଅଯଥାରେ ଘରୁ ନବାହାରନ୍ତୁ। ସେମାନଙ୍କର ଯାହା ସମସ୍ୟା ଅଛି ସେମାନେ ୧୯୨୯ ନମ୍ବରରେ ଜଣାନ୍ତୁ। ବିଏମ୍‌ସି ପକ୍ଷରୁ ସବୁ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ବି ଘରେ ପହଞ୍ଚି ସୁବିଧା ଯୋଗାଇ ଦେବାକୁ କୁହାଯାଇଛି। ତେଣୁ ୬୦ବର୍ଷରୁ ଅଧିକ ବୟସ୍କ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ।

ଆଜି ବିଏମ୍‌ସି ପକ୍ଷରୁ ସତ୍ୟନଗର ପାର୍କରେ ସଚେତକ ଆପ୍‌ ସଚେତନତା କାର୍ଯ୍ୟକ୍ରମ ଅବସରେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଏହା କହିଛନ୍ତି। ଦକ୍ଷିଣ-ପୂର୍ବ ଜୋନ୍‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଏମ୍‌ସି କମିସନର ଶ୍ରୀ ଚୌଧରୀଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଆଲୋକ କର, ସୁବ୍ରତ କୁମାର ପଣ୍ଡା ଏବଂ ବିଏମ୍‌ସି ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର ଯୋଗଦେଇଥିଲେ। ଏଥିରେ ଯୋଗଦେଇଥିବା ବରିଷ୍ଠ ନାଗରିକ ଏବଂ ଅନ୍ୟମାନଙ୍କୁ ସଚେତକ ଆପ୍ ଡାଉନଲୋଡ୍‌ କରି ଏହାର ଫାଇଦା ଉଠାଇବାକୁ କୁହାଯାଇଥିଲା। ବିଏମ୍‌ସି କମିସନର କହିଥିଲେ ଯେ, ଏବେ ଭୁବନେଶ୍ବରରେ ଯେତିକି କରୋନା ଆକ୍ରାନ୍ତ ଅଛନ୍ତି ସେଥିରେ କେହି ଗୁରୁତର ନାହାନ୍ତି। ତେଣୁ ସମସ୍ତେ ସଚେତନ ରହିଲେ କରୋନା ମୁକାବିଲା କରିପାରିବା। ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ ଡେପୁଟି କମିସନର ଅଂଶୁମାନ ରଥ ଏବଂ ଡେପୁଟି କମିସନର ପୁରନ୍ଦର ନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe