‘ଅସାନି’ ଆଶଙ୍କାରେ ବିଏମ୍‌ସିର ୭୨ ଆଶ୍ରୟସ୍ଥଳୀ

Advertisment

ବୁଲି ଦେଖିଲେ ମେୟର

ବୁଲି ଦେଖିଲେ ମେୟର

‘ଅସାନି’ ଆଶଙ୍କାରେ ବିଏମ୍‌ସିର ୭୨ ଆଶ୍ରୟସ୍ଥଳୀ

Times of India - Indiatimes.com

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଅସାନି ଆଶଙ୍କାରେ ବିଏମ୍‌ସି ପକ୍ଷରୁ ୭୨ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି। ଭୁବନେଶ୍ବରର ୩ଟି ଜୋନ୍‌ରେ ଏହି ସବୁ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି। ସାମୁଦ୍ରିକ ବାତ୍ୟା ଅସାନିର ପ୍ରଭାବରୁ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ବସ୍ତିବାସିନ୍ଦାଙ୍କ ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଶ୍ରୟସ୍ଥଳୀରେ ରହିବା, ଖାଇବା, ପିଇବା ପାଣି ଓ ଶୌଚାଳୟ ଆଦି ସୁବିଧା ଉପରେ ଗୁରୁତ୍ବ ଦିଆଯାଇଛି। ବିଶେଷକରି ମହିଳା, ଶିଶୁ ଓ ବୟସ୍କ ଲୋକମାନଙ୍କ ପାଇଁ ସବୁ ଆଶ୍ରୟସ୍ଥଳୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦିଆଯାଇଛି। ମେୟର ସୁଲୋଚନା ଦାସ ଓ ତାଙ୍କ ଟିମ୍‌ ଆଜି ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି।

ଆଜି ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଓ କିଛି କର୍ପୋରେଟର ଆଜି ଅପରାହ୍ଣରେ ରଙ୍ଗମାଟିଆ ସ୍କୁଲ୍‌ ଏବଂ ‌ମଞ୍ଚେଶ୍ବର ରେଳବାଇ ସ୍କୁଲ୍‌ରେ ହୋଇଥିବା ଆଶ୍ରୟସ୍ଥଳୀକୁ ପରିଦର୍ଶନ କରିଥିଲେ। ସେଠାରେ ପିଇବା ପାଣି, ବିଦ୍ୟୁତ୍‌, ଶୌଚାଳୟ ଭଳି ମୌଳିକ ସୁବିଧା ସବୁ କିଭଳି ରହିଛି, ଦେଖିଥିଲେ। ମହିଳା ଓ ଶିଶୁମାନଙ୍କ ସୁରକ୍ଷିତ ରହଣି ଉ‌ପରେ ବିଶେଷ ଦୃଷ୍ଟି ଦେଇଥିଲେ। ଆଶ୍ରୟସ୍ଥଳୀ ପ୍ରସ୍ତୁତିରେ ସାହାଯ୍ୟ କରିଥିବା ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଜଳବନ୍ଦୀ ନେଇ ଭୟ ନକରିବା ପାଇଁ ଲୋକମାନଙ୍କୁ କହିଥିଲେ।

ଲଗାଣ ବର୍ଷା ପାଇଁ ବିଏମ୍‌ସିର ସ୍ବତନ୍ତ୍ର ଟିମ୍‌ ପ୍ରସ୍ତୁତ ରହିଛି ବୋଲି ସେ ଲୋକମାନଙ୍କୁ ଅବଗତ କରାଇଥିଲେ। ଏହି କମିଟିରେ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ବିରଞ୍ଚି ନାରାୟଣ ମହାସୁପକାର, ଅମରେଶ ଜେନା, ଭାରତୀ ସିଂହ, ମାନସୀରାଣୀ ସୁନ୍ଦରରାୟ, ବିନାୟନି ଜେନା, ପୁଷ୍ପାଞ୍ଜଳି ସେଠୀ, ମିହିର କୁମାର ରାଉତ, ଭରତ ଲେଙ୍କା ଓ ରଞ୍ଜୁଲତା ରାଏ ପ୍ରମୁଖ ସାମିଲ୍‌ ହୋଇଥିଲେ। ସୂଚନାଯୋଗ୍ୟ, ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାରେ ବାତ୍ୟା ‘ଅସାନି’ର ପ୍ରଭାବ ସେତେ ଦୃଢ଼ ହେବ ନାହିଁ। କିନ୍ତୁ ଆସନ୍ତା ଦୁଇ ଦିନ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ସମତେ ଉପକୂଳ ଅଞ୍ଚଳର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe