ଅସୁରକ୍ଷିତ ବିଏମ୍‌ସି ମୁଖ୍ୟାଳୟ: ତଳମହଲା ଛାତରୁ ଖସିଲା ସିଲିଂ, ତଳମହଲାରେ ବସୁଛନ୍ତି ମେୟର୍‌

ବିଏମ୍‌ସି ମୁଖ୍ୟାଳୟ ଛାତରୁ ଆଜି ସିଲିଂ ଖସିଛି। ପ୍ରାୟ ୧୦ଟି ବ୍ଲକ୍‌ ସିଲିଂ ଏକକାଳୀନ ଖସିଯାଇଛି। ମୁଖ୍ୟାଳୟ ତଳମହଲାରେ ଥିବା ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍‌ଠାରେ ଏଭଳି ଘଟିଛି। ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ଏକ ନବନିର୍ମିତ କୋଠାରୁ....

sfssfxcxccx

ଭୁବନେଶ୍ବର: ବିଏମ୍‌ସି ମୁଖ୍ୟାଳୟ ଛାତରୁ ଆଜି ସିଲିଂ ଖସିଛି। ପ୍ରାୟ ୧୦ଟି ବ୍ଲକ୍‌ ସିଲିଂ ଏକକାଳୀନ ଖସିଯାଇଛି। ମୁଖ୍ୟାଳୟ ତଳମହଲାରେ ଥିବା ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍‌ଠାରେ ଏଭଳି ଘଟିଛି। ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ଏକ ନବନିର୍ମିତ କୋଠାରୁ ଏଭଳି ସିଲିଂ ଖସିବା ପରେ ନିର୍ମାଣ କାମର ମାନକୁ ନେଇ ପ୍ରଶ୍ନ ଉଠିଛି। ନିମ୍ନମାନର କାମ ପାଇଁ ସିଲିଂ ଖସିଥିବା ଅଭିଯୋଗ ହୋଇଛି। ବଡ଼କଥା ହେଉଛି, ମେୟରଙ୍କ ଚାମ୍ବର ଏହି ମହଲାରେ ରହିଛି। ଭୁବନେଶ୍ବର ମହାନଗର ନିଗମ ଓ ସ୍ମାର୍ଟ ସିଟିର ରିସେପ୍ସନ୍ ସହ ଅନ୍ୟ ମୁଖ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ବି ଏଠାରେ ରହିଛି।  ଆଜିର ଏହି ଘଟଣା କର୍ପୋରେଟର୍‌ଙ୍କଠାରୁ ଆରମ୍ଭ କରି ଜନସାଧାରଣଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ଭୁବନେଶ୍ବର ମହାନଗର ନିଗମ ମୁଖ୍ୟାଳୟ ତଥା ବିଏମ୍‌ସି ଆଇକମ୍ ଟାୱାର ୨୦୨୩ ଫେବ୍ରୁଆରି ୧୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ। ୧୧ ମହଲା ବିଶିଷ୍ଟ ଏହି ମୁଖ୍ୟାଳୟର ନିର୍ମାଣ ପାଇଁ ପ୍ରାୟ ୭୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏଠାରେ ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟ, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କାର୍ଯ୍ୟାଳୟ ଓ ଡେଲଏଟ୍ କାପାବିଲିଟି ଏନ୍‌ହେନ୍ସମେଣ୍ଟ ସେଣ୍ଟର ଚାଲିଛି। ଏଣୁ ପ୍ରତିଦିନ ଏଠାରେ ଜନସାଧାରଣଙ୍କ ଭିଡ଼ ରହୁଛି। ଏଭଳି ସ୍ଥିତିରେ ମାତ୍ର ଅଢ଼େଇ ବର୍ଷର କୋଠାରୁ ସିଲିଂ ଖସି ପଡ଼ିବାକୁ ଜନସାଧାରଣ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏ ସଂପର୍କରେ ମେୟର ସୁଲୋଚନା ଦାସ କହିଛନ୍ତି ଯେ ମୁଖ୍ୟାଳୟରେ ସେଣ୍ଟ୍ରାଲ୍‌ ଏସି ବ୍ୟବସ୍ଥା ହୋଇଛି। ସିଲିଂ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ରେ ହୋଇଥିଲା। ଯେଉଁ ଜାଗାରୁ ଏହି ସିଲିଂ ଖସିଛି, ସେଠାରେ ଏୟାର କଣ୍ଡିସନ୍‌ ପାଣି ଲିକେଜ୍ କରୁଥିଲା। ପାଣି ଖାଇ ସିଲିଂ ଖସିଯାଇଛି। ତୁରନ୍ତ ଏହାର ମରାମତି କରିବାକୁ କୁହାଯାଇଛି। ସ୍ମାର୍ଟସିଟି ମହାପ୍ରବନ୍ଧକ ପୁରନ୍ଦର ନନ୍ଦ କହିଛନ୍ତି, ସିଲିଂ ଖସିଥିବା ସ୍ଥାନର ମରାମତି କାମ ଆରମ୍ଭ ହୋଇଯାଇଛି। ଏସି ପାଣି ପାଇଁ ସିଲିଂ ଖସିଯାଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe