୧୧୩୦୪ ଉଠାଦୋକାନୀଙ୍କୁ ମିଳିଲା କରୋନା ସହାୟତା

Advertisment
୧୧୩୦୪ ଉଠାଦୋକାନୀଙ୍କୁ ମିଳିଲା କରୋନା ସହାୟତା

ଭୁବନେଶ୍ବର: କରୋନା ପାଇଁ ରାଜଧାନୀର ସବୁ ଦୋକାନ ବଜାର ବନ୍ଦ ହୋଇଯାଇଥିବାରୁ ଉଠା ଦୋକାନୀମାନଙ୍କ ପାଇଁ ରାଜ୍ୟ ସରକାର ୩ହଜାର ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବାକୁ ଥିଲା। ତେଣୁ ବିଏମ୍‌ସି ସୁଡାକୁ ଏହି ଟଙ୍କା ଦେବାକୁ ଚିଠି ଲେଖିଛି। ଏହାସହ ସମସ୍ତ ଉଠାଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ସାମନ୍ତରାପୁରସ୍ଥିତ ଆଇସିଆଇସିଆଇ ବ୍ୟାଙ୍କକୁ ଚିଠି ଲେଖିଛି। ବିଏମ୍‌ସି ପକ୍ଷରୁ ୧୧୩୦୪ଜଣ ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କା ହିସାବରେ ୩ କୋଟି ୩୯ଲକ୍ଷ ୧୨ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି। ଆଜି କିଛି ଉଠାଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଇଥିବା ବେଳେ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ରହିବାର ଥିବାରୁ ସୋମବାର ବାକି ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ବୁଧବାର ସମସ୍ତଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe