ବିଏମ୍‌ସି ମାସିକ କର୍ପୋରେସନ୍‌ ବୈଠକ, ଦୁର୍ଗା ପୂଜା ପୂର୍ବରୁ ରାସ୍ତା ମରାମତି

Advertisment

ଅକ୍ଟୋବର ୧୫ ସୁଦ୍ଧା ସହର ହେବ ୱାଇ ଫାଇ, ଆକର୍ଷଣ ପାଲଟିବ ୬ ପ୍ରମୁଖ ପାର୍କ

ଅକ୍ଟୋବର ୧୫ ସୁଦ୍ଧା ସହର ହେବ ୱାଇ ଫାଇ, ଆକର୍ଷଣ ପାଲଟିବ ୬ ପ୍ରମୁଖ ପାର୍କ

ଭୋଟର ବାଛିବେ ମେୟର

ଭୁବନେଶ୍ୱର: ରାଜଧାନୀର ରାସ୍ତାଘାଟ ଅବସ୍ଥା ବିଗିଡ଼ିଯାଇଛି। ଚଳିତବର୍ଷ ବର୍ଷା‌ରେ ସହରର ସବୁ ୱାର୍ଡର ରାସ୍ତା ଖରାପ ହୋଇପଡ଼ିଛି। ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ସବୁ ରାସ୍ତା ମରଣଯନ୍ତା ପାଲଟିଛି। ପ୍ରତିଦିନ ରାସ୍ତାରେ ଦୁଘର୍ଟଣା ହେଉଛି। ଆଗକୁ ଦଶହରା ଥିବାରୁ ତା’ପୂର୍ବରୁ ରାସ୍ତାଗୁଡ଼ିକର ମରାମତି କରିବାକୁ ଆଜି ବସିଥିବା ବିଏମ୍‌ସି ମାସିକ କର୍ପୋରେସନ୍‌ ବୈଠକରେ ‌କର୍ପୋରେଟର୍‌ମାନେ ଦାବି କରିଛନ୍ତି। ନିଷ୍ପତ୍ତିି ଅନୁଯୟେୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ରାସ୍ତାକୁ ବ୍ୟବସ୍ଥିତ କରାଯିବ। ବିଭାଗୀୟ ସଂଯୋଜନା ଦ୍ୱାରା ଆସନ୍ତା ଦୁର୍ଗା ପୂଜା ପାଇଁ ଏହାକୁ ପ୍ରସ୍ତୁତ କରାଇବାକୁ ସ୍ଥିର ହୋଇଛି। ଅଧିକାଂଶ କର୍ପୋରେଟର୍‌ ଲୋକଙ୍କ ସୁବ୍ୟବସ୍ଥିତ ଯାତାୟାତ ପ୍ରତି ଗୁରୁତ୍ବ ‌େଦଇଥିଲେ। ୱାର୍ଡ ଅନୁଯାୟୀ ବିକାଶ କାର୍ଯ୍ୟ ଯୋଜନାର ଟେଣ୍ଡର୍‌ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ବୈଠକରେ କୁହାଯାଇଥିଲା। ପୂଜା ପୂର୍ବରୁ ସହରର ୪୦ କିମି ଚିହ୍ନିଟ ରାସ୍ତାର ମରାମତି, ଆଲୋକୀକରଣ ଓ ୱାଇଫାଇ ସେବା ସମ୍ପୂର୍ଣ୍ଣ ହୋଇଯିବ। ରାସ୍ତାପାର୍ଶ୍ବରେ ଥିବା ଗଛ ନିକଟରେ ଅଧିକ ଆଲୋକ ବ୍ୟବସ୍ଥା କରିବାକୁ ସ୍ଥିର ହୋଇଛି। ଏହି ସମସ୍ତ କାର୍ଯ୍ୟ ଅକ୍ଟୋବର ୧୫ ସୁଦ୍ଧା ଶେଷ ହେବ। ହକି ବିଶ୍ୱକପ୍ ପୂର୍ବରୁ ୱାଇଫାଇ ନେଟୱାର୍କ ଓ କ୍ୟାପିଟାଲ ରିଜିଅନ୍ ଅର୍ବନ୍ ଟ୍ରାନ୍ସପୋର୍ଟ ମାଧ୍ୟମରେ ଯାତାୟାତ ସୁବିଧା ବସ୍‌ ସେଲଟର, ‌େଷ୍ଟନ୍‌ଲେସ୍‌ ଷ୍ଟିଲ୍ ବସ୍ କ୍ୟୁ ସେଲଟର୍‌ ବ୍ୟବସ୍ଥା ସହିତ ୨୦୦ ରୁ ୨୫୦ ବସ୍ ଚାଲୁ ହେବ। ବିଡିଏ ପକ୍ଷରୁ ସହରର ୬ଟି ପାର୍କରେ ସଫେଇ, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ ଆଦି କରାଯିବ। ଆଇଜି ପାର୍କ, ବିଜୁ ପଟ୍ଟନାୟକ ପାର୍କକୁ ସୁନ୍ଦର ଭାବେ ସଜାଯାଇ ବିଶ୍ୱର ୧୬ଟି ଦେଶରୁ ଆସୁଥିବା ପରିଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, କମିସନର୍‌ କ୍ରିଷନ୍‌ କୁମାର, ଅତିରିକ୍ତ କମିସନର୍‌ ଶୁଭମ୍ ସାକସେନା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ଝଲସିବ ବାଣୀବିହାରରୁ ଜୟଦେବ ବିହାର ଓଭରବ୍ରିଜ୍‌
ସହରର ଓଭରବ୍ରିଜ୍‌ ରାସ୍ତାକୁ ଆଲୋକୀକରଣ କରାଯିବ। ସହର ମଧ୍ୟରେ ଆକର୍ଷଣ ପାଲଟୁଥିବା ବାଣୀବିହାରରୁ ଜୟଦେବ ବିହାର ପର୍ଯ୍ୟନ୍ତ ଓଭରବ୍ରିଜ୍‌ ରାସ୍ତାରେ ରଙ୍ଗିନ ଆଲୋକ ଲାଗିବ। ରାସ୍ତାର ଦୁଇ ପାର୍ଶ୍ବରେ ଲିଚୁ ଲାଇଟ୍‌ ଜଳିବ। ରାସ୍ତାପାର୍ଶ୍ବରେ ଥିବା କାନ୍ଥରେ ଚିତ୍ର କରାଯିବ।‌ ଦେଶ, ବିଦେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ବ୍ୟବସ୍ଥା ହେବ।

ଆଉ ୧୫ ପାର୍କରେ ଓପନ୍‌ ଜିମ୍‌
ସହରର ୩୦ଟି ପାର୍କରେ ଏବେ ସୁଦ୍ଧା ଓପନ୍‌ ଜିମ୍‌ ହୋଇଛି। ଆଉ ୧୫ଟି ପାର୍କରେ ଏହି ସୁବିଧା କରିବାକୁ ନିଷ୍ପତ୍ତି ହୋଇଛି। ପାର୍କଗୁଡ଼ିକ ଖୁବ୍‌ଶୀଘ୍ର ଚିହ୍ନଟ କରାଯାଇ କାର୍ଯ୍ୟ ଆରମ୍ଭ ହେବ। ଏନେଇ ବିଏମ୍‌ସି ବୈଠକରେ ବ୍ୟାପକ ଆଲୋଚନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe